April 26, 2026

ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ପଲଙ୍କ ପଞ୍ଚାୟତ ଠାରେ ସ୍ବଚ୍ଛତା ହିଁ ସେବା ର ଏକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

IMG-20241001-WA0043
Share

     ମଙ୍ଗଳବାର ଦିନ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ପଲଙ୍କ ପଞ୍ଚାୟତ ଠାରେ ସ୍ବଚ୍ଛତା ହିଁ ସେବା ର ଏକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଉଦ୍ଘାଟନ କରି ସମସ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ ଭାବେ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଆମ ବ୍ରହ୍ମଗିରିର ଯେତେସବୁ ପର୍ଯ୍ୟଟନ ସ୍ଥଳି ଅଛି କିପରି ତାହାକୁ ସଫାସୁତୁରା ରଖାଯାଇ ପାରିବ ସେ ବିଷୟ ରେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ନେହରୁ ଯୁବ କେନ୍ଦ୍ର , ପୁରୀ ଦ୍ବାରା ଆୟୋଜିତ କରାଯାଇ ଥିଲା ।ଏହାକୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ମାର୍ସ ଓଡ଼ିଶା , ବାଲିହରଚଣ୍ଡୀ ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ଓ ଭାରତ ଞ୍ୟାନ ବିଞ୍ଜାନ ସଂସ୍ଥା ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇ ଥିଲା ଗ୍ରାମର ସତାଧୀକ ଯୁବକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଶେଷରେ ଏକ ସଚେତନ ସଭା ମାର୍ସ ର ସାଧାରଣ ସମ୍ପାଦକ ଭାସ୍କର ଚନ୍ଦ୍ର ପୂଜାରୀ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ହୋଇ ଥିଲା। ମଳୟ କୁମାର ପଲାଇ,ଗୋପିନାଥ ପଲାଇ,ସୁକାନ୍ତ କୁମାର ସ୍ବାଇଁ ସହଯୋଗ କରିଥିଲେ ।