October 5, 2024
Share

 

 

୧-ଭୁବନେଶ୍ୱର: ପିଏମ ଶ୍ରୀ ସ୍କୁଲ ପାଇଁ ୪୫୦ ବିଦ୍ୟାଳୟ ଅନୁମୋଦିତ, ଏଥିରେ ୨୪ ପ୍ରାଥମିକ,୩୬୮ ମାଧ୍ୟମିକ ଓ ୫୮ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି।

 

୨-ନୂଆ ଦିଲ୍ଲୀ:ଆସନ୍ତା ୫ ତାରିଖ ଶନିବାରେ ମିଳିବ ୧୮ ତମ ପିଏମ କିଷାନ-କିସ୍ତି।

 

୩-କାର୍ତ୍ତିକ ବ୍ରତ ପାଇଁ ପୁରୀରେ ନୂଆ ବ୍ୟବସ୍ଥା, ଅନଲାଇନ୍‌ରେ ଆବେଦନ କରିବେ ହବିଷ୍ୟାଳୀ।

 

୪-ଭୁବନେଶ୍ୱର:୪୭ ORS ଅଧିକାରୀଙ୍କ ହେଲା ବଦଳି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

 

୫-ଛତୁଆ ବଦଳରେ ମାଣ୍ଡିଆ; ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ- ଉପମୁଖ୍ୟମନ୍ତ୍ରୀ

 

୬-ରାଜନଗର:ପାନ ଦୋକାନୀଙ୍କୁ ମାଡ଼ ମାରିବା ଘଟଣା,ASI ନରେନ୍ଦ୍ର ସିଂହ ନିଲମ୍ବିତ ।

 

୭-ଖୋର୍ଦ୍ଧା ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ:ସ୍କୁଲରେ ଅଘଟଣ, ଛାତରୁ ସିଲିଂ ଖସି ଶିକ୍ଷକ ଓ ଛାତ୍ରୀ ଆହତ।

 

୮-ଭୁବନେଶ୍ୱର:୭୪୯.୯ ମେଗାୱାଟର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ, ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଅନୁମୋଦନ।

 

୯-ଭରତପୁର ଥାନା ବିବାଦର ନ୍ୟାୟିକ ତଦନ୍ତ ଆରମ୍ଭ; ଆଜିଠୁ ୨୧ ଦିନ ଯାଏଁ ସତ୍ୟପାଠ ଗ୍ରହଣ କରିବେ କମିଶନ।

 

୧୦-ବାରଙ୍ଗ:୧୨ ସନ୍ତାନ ଜନକ ୩୪ ବର୍ଷିୟ ସିମ୍ପାଞ୍ଜି ‘ଜୁଲୁ’ ଅସୁସ୍ଥ ।

 

୧୧-ମାଲକାନଗିରି:ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୧ ଟନ୍ କଇଁଛ ଜବତ, ୨ ଗିରଫ।

 

୧୨-ଭାଗବତ କଥା କହି ଦାୟିତ୍ୱ ନେଲେ ଟ୍ୱିନ୍ ସିଟି ସିପି ଦେବଦତ୍ତ ସିଂହ, କହିଲେ ଅପରାଧୀଙ୍କୁ ଛଡ଼ାଯିବନି।

 

୧୩-କଟକ:ରୋଗୀଙ୍କ ସଂପର୍କୀୟଙ୍କୁ ଭୁଲ ପ୍ଲେଟଲେଟ ଦେଇ ଦଲାଲ ଗିରଫ, ୫ ହଜାର ଟଙ୍କାରେ କରିଥିଲା ବିକ୍ରି।‌

 

୧୪-ଭୁବନେଶ୍ୱର:ବାପା ଠାରୁ ଭିନ୍ନେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର।

 

୧୫-ଠାକରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ:ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ।

 

୧୬-କଟକ:ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି

 

୧୭-ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଏହି ସମ୍ମାନ।

 

୧୮-ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ୩୪୫ ଟଙ୍କାରେ ୬୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ଡାଟା ଅଫର୍‌ ରହିଛି।

 

୧୯-ନୂଆ ଦିଲ୍ଲୀ: ପୁଞ୍ଜି ବଜାର ଧରାଶାୟୀ, ନିବେଶକ ହରାଇଲେ ୪ ଲକ୍ଷ କୋଟି ।

 

୨୦-ବେଙ୍ଗାଳୁରୁ:ଇଡି କେସ୍ ପରେ ବ୍ୟାକଫୁଟ୍‌ରେ ସିଦ୍ଧରମୈୟା, ପତ୍ନୀ ପ୍ଲଟ୍ ଛାଡ଼ିବାକୁ ପ୍ରସ୍ତୁତ।

 

୨୧-ତିରୁପତି ଲଡୁ ବିବାଦ: ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖାଯାଉ, କହିଲେ ସୁପ୍ରିମକୋର୍ଟ।

 

୨୨-‘ଇରାନବାସୀ ଶୀଘ୍ର ସ୍ୱାଧୀନତା ପାଇବେ, ଇସ୍ରାଏଲ୍ ତାଙ୍କ ସହ ଅଛି’, ବେଞ୍ଜାମିନ ନେତାନ୍ୟାହୁଙ୍କ କଡ଼ା ସନ୍ଦେଶ।

 

*🙏 ସୁପ୍ରଭାତ 🙏*