September 30, 2024

ନାକଡେଇଁ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Share

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗେଶ୍ଵର ଯୁବକ ସଂଘ ଓ ଏକଲ୍ ଅଭିଯାନ ସହଯୋଗରେ ଗ୍ରାମ ଚାରିପାର୍ଶ୍ୱ, ପୋଖରୀ ହୁଡ଼ା, ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ସାମାଜିକ କର୍ମୀ ଶଶି ଭୂଷଣ ନାୟକ ମୁଖ୍ୟ ଅତିଥି ଦେବାର୍ଚ୍ଚନ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସାମୁହିକ ଶପଥ ପାଠ କରାଯିବା ସହିତ ସ୍ୱଚ୍ଚତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏକଲ ବିଦ୍ୟାଳୟ ର ସମସ୍ତ ସମସ୍ତ ଆଚାର୍ଯ୍ୟ, ଯୁବ ଗୋଷ୍ଠି ଓ ମହିଳା ସ୍ବେଛାସେବୀ ସଂଗଠନ ସାମିଲ ହୋଇଥିଲେ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ହୃଷୀକେଶ ଦେହେରୀ ପରିଚାଳନା କରିଥିବାବେଳେ ଶେଷରେ ସ୍ବେଛାସେବୀ ବିନାୟକ ବାଘ ଧନ୍ୟବାଦ ଦେଇଥିଲେ l

 

ଉଲୁଣ୍ଡା ରୁ ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ