September 30, 2024

ସ୍ଵାଥୀ ଏସ କୁମାର ଙ୍କୁ ରାୟଗଡା ର ନୂତନ ଆରକ୍ଷୀ ଅଧକ୍ଷ ଭାବେ ନିଯୁକ୍ତି 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ର ନୂତନ ଆରକ୍ଷୀ ଅଧକ୍ଷ ଭାବେ ଗଜପତି ଜ଼ିଲ୍ଲା ରେ କାର୍ଯ୍ୟରତ ଏସ ପି ସ୍ଵାଥୀ ଏସ କୁମାର 2017 ବେଚ ର ଆଇ ପି ଏସ ଅଧିକାରୀଙ୍କୁ ବଦଳି ହୋଇଛି l ବର୍ତମାନ ରାୟଗଡା ଜ଼ିଲ୍ଲା ରେ କାର୍ଯ୍ୟରତ ଏସ ପି ହରିଶ ବି ସି ଙ୍କୁ କନ୍ଧମାଳ ର ଏସ ପି ଭାବେ ବଦଳି ହୋଇଛି l ସ୍ଵାଥୀ ଏସ କୁମାର ପ୍ରଥମ ମହିଳା ଏସ ପି ଭାବେ ରାୟଗଡା ଜ଼ିଲ୍ଲା ର ଦାୟିତ୍ୱ ଗ୍ରହଣ କରିବେ l ସୂଚନା ଯୋଗ୍ୟଯେ 2017 ବେଚ ର ଆଇ ପି ଏସ ଅଧିକାରୀ ଭାବେ ଅନଗୁଳ ଜ଼ିଲ୍ଲା ର ଉପଖଣ୍ଡ ସ୍ଥରୀୟ ପୋଲିସ ଅଧିକାରୀ ଭାବେ କାମ କରି ପରେ ଗଜପତି ଜ଼ିଲ୍ଲା ର ଏସ ପି ଭାବେ ବଦଳି ହୋଇଥିଲା l ବର୍ତମାନ ସେ ଜଗପତି ଜ଼ିଲ୍ଲା ର ଏସ ପି ଭାବେ କାର୍ଯ୍ୟରତ l ବର୍ତମାନ ଗଜପତି ଜ଼ିଲ୍ଲା ରୁ ରାୟଗଡା ଜ଼ିଲ୍ଲା କୁ ଏସ ପି ଭାବେ ବଦଳି ହୋଇଛି l ସ୍ଵାଥୀ ଏସ କୁମାର କେରଳ ପ୍ରଦେଶ ର କୋଜ଼ହିକୋଡ଼ ଜ଼ିଲ୍ଲା ର ଚେଭେୟୁର ଗ୍ରାମ ରେ ଜନ୍ମିତ l ସ୍ଵାଥୀ ଙ୍କ ପିତା ମାତା ହେଉଛନ୍ତି ଏମ ଶ୍ରୀକୁମାର ଓ ଏସ ଗୀତା l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ