September 29, 2024

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -2024

Share

 

ପଦ୍ମପୁର : 27/09(ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଲ ଠାରେ ମେଲଚ୍ଛାମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜୟକୁମାର ସାହୁ ABEO ଗାଇସିଲେଟ ବ୍ଲକ ଓ CRCCଶ୍ରୀଯୁକ୍ତ ସଂଜୀବ କୁମାର ବାରିକ ଯୋଗଦାନ କରିଥିଲେ l ସଭାପତି ଶ୍ରୀମତୀ କନକ ନାଏକ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଟାଲ )ସମ୍ମାନୀତି ଅତିଥି ଭାବରେ ମଧୁ ସୁଦନ ହୋତା, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ଶ୍ରୀମାନ ବସନ୍ତ କୁମାର ପଧାନ ଏବଂ ବିଦ୍ୟାଳୟ ପରିଚାଲନା କମିଟି ର ସଭାପତି ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନନ୍ଦ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ନରେନ୍ଦ୍ର ଜାଲ (ଶିକ୍ଷକ ଟାଲ) କରିଥିଲେ l କୁନି କୁନି ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ, ଗୀତ, କୁଇଚ ପ୍ରତିଯୋଗିତା ହୋଇଥିଲା l ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର/ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳି ର ବିକାଶ ହେବା ସଙ୍ଗେ ସଙ୍ଗେ ନିଜ ଭିତରେ ଥିବା ପ୍ରତିଭା ପ୍ରସ୍ପୁଟିତ ହେବ l