April 26, 2026

କାଶୀନଗର ଏନ ଏ ସି ର 14 ତମ କାଉନସିଲ ବୈଠକ 

IMG-20240927-WA0057
Share

 

 

କାଶୀନଗର (ରାଧାନାଥ ଚୌଧୁରୀ )

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ଗୃହ ମଧ୍ୟରେ 14 ତମ କାଉନସିଲ ବୈଠକ ପରିଷଦର ଅଧ୍ୟକ୍ଷା ଏମ ସୁଦ୍ଧା ରାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ଉପାଧ୍ୟକ୍ଷ ରଘୁରାମ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଜତ କୁମାର ପାଢ଼ୀ ଓ କେ ତେଜେଶ୍ଵର ରାଓ ମଞ୍ଚାସିନ ହୋଇଥିବା ବେଳେ ପରିଷଦ ର କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ. କାର୍ଯ୍ୟକ୍ରମ ଆରମ୍ଭ ରୁ ପୂର୍ବ ବିବରଣୀ ସି ଓ ଉଜ୍ବଳତା ସ୍ୱାଲ ସିଂ ପାଠ କରିବା ପରେ ନିର୍ବାହୀ ଅଧିକାରୀ ପରିଷଦ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପ୍ରାକ ବିବରଣୀ ପ୍ରଦାନ କରିବା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଉଭୟ ପରିଷଦ ମଧ୍ୟରେ ହେଉଥିବା ଉନ୍ନୟନ କାମକୁ ଆମେ କିଏ ହେଲେ ବିରୋଧ କରୁନୁ କିନ୍ତୁ କାହିଁକି କାମ ହୋଇ ପାରୁନି ବୋଲି ସେ ପ୍ରଶ୍ନ କରିଥିଲେ. ପରିଷଦ ମାଧ୍ୟ୍ୟରେ ମଶା ମରା ଗାଡି ନ ବୁଲିବା, ୱାର୍ଡ ମାନଙ୍କ ର ହୋଇଥିବା ରାସ୍ତା ଦବି ଯାଉଥିବା, ସ୍ମଶାନ ଘାଟ ରେ ବିଜୁଳି ଆଲୁଅ ନ ଥିବା,ପ୍ରତ୍ୟେକ ୱାର୍ଡ ସ୍ଵଛତା ନ ରହିବା, ପରିଷଦ ସମ୍ମୁଖରେ ଥିବା ବନ୍ଧ ସୌନ୍ଦର୍ଯ୍ୟ ନ ଥିବା, ଏମିତି ବିଭିନ୍ନ ଅଭିଯୋଗ ଆସିବା ପରେ ପରିଷଦ ମଧ୍ୟରେ ନୂତନ ଭାବେ ନିର୍ମାଣ ସରିଥିବା ଡାକ୍ତରଖାନା ବିନା ଉଦ୍ଘାଟନରେ ଆରମ୍ଭ ହୋଇଥିବା ଏକ ଅଭିଯୋଗ ସମସ୍ତଙ୍କ ଆଚମ୍ବିତ କରିଥିଲା. ସେହିପରି ପରିଷଦ ମଧ୍ୟରେ ଡ୍ରେନ ବ୍ୟବସ୍ତାର ଉନ୍ନତିକରଣ, ଫୋରେଷ୍ଟ ଛକ ଓ ବସ ଷ୍ଟାଣ୍ଡ ଠାରେ ପ୍ରଶସ୍ତି କରଣ ପାଇଁ ବ୍ୟବସ୍ତା କରିବା, ବିଭିନ୍ନ ଛକ ସ୍ଥାନ ଚିହ୍ନଟ କରି ସି ସି କେମେରା ଖଞ୍ଜିବା ପାଇଁ ପଦକ୍ଷେପ ନେବା ତତ ସହ ଗହଳି ସ୍ଥାନରେ ସିମେଣ୍ଟ ବେଞ୍ଚ ର ବ୍ୟବସ୍ତା କରିବା ଏମିତି ଅନେକ ଜନମଙ୍ଗଳ କାର୍ଯ୍ୟ ମାନ କରିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା. ଏକାଉଣ୍ଟଣ୍ଟ ଶିବ ପ୍ରସାଦ ମାହାଙ୍କୁଡ ଖର୍ଚ୍ଚ ବିବରଣୀ ପାଠ କରିଥିଲେ.