September 29, 2024

ଏନ୍ଏସି କ୍ଲଷ୍ଟର ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ 

Share

      ବୁଗୁଡ଼ା : ତା ୨୭/୦୮/୨୪ : ସ୍ଥାନୀୟ ପ୍ରକଳ୍ପ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏନ୍ଏସି କ୍ଲଷ୍ଟର ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧିନସ୍ଥ ୧୧ଟି ବିଦ୍ୟାଳୟରୁ ୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ବିତର୍କ, ଶୃତଲିଖନ, ସୃଜନାତ୍ମକ ଲିଖନ, ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ଓ ସମ୍ମାନିତ ଅତିଥି ଭାବେ ସୋରଡ ୟୁପି ସ୍କୁଲ ଶିକ୍ଷକ ରଶ୍ମି ରଞ୍ଜନ ଅଟ୍ଟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଆୟୋଜିତ ପ୍ରତିଯୋଗିତା ଗୁଡିକର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ଯେକ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ୧ ତାରିଖରେ ମାଣିତରା ହାଇସ୍କୁଲଠାରେ ହେବାକୁ ଯାଉଥିବା ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମର ପ୍ରତିଭାଗୀ ଭାବେ ମନୋନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ କେ.ରାଜକୁମାରୀ ଦୋରାଙ୍କ ସମେତ ଶିକ୍ଷୟିତ୍ରୀ ଅମିତା ପାତ୍ର, ସରିତା ଦାଶ, ବନବାସିନୀ ପାତ୍ର, ହରପ୍ରିୟା ଦାଶ ପ୍ରମୁଖ ପରିଚାଳନା କରିଥିଲେ।