April 25, 2026

ସମସ୍ୟାର ଅନ୍ତ ! ସୁଧୁରିବ କି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ

WhatsApp Image 2023-03-16 at 14.17.59
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସତରେ କଣ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତ ହେବେ ଡାକ୍ତର । ପୂରଣ ହେବ କି ଖାଲି ପଡିଥିବା ପଦବୀ । ଏନେଇ ଏବେ ଆଶା ସଞ୍ଚାର ହୋଇଛି । କାରଣ ରେଫରାଲ ମେଡ଼ିକାଲ ଭାବେ ସୁପରିଚିତ ଉପଖଣ୍ଡ ଚିକିତ୍ସାଳୟର ନାନା ପ୍ରକାର ସମସ୍ୟା ସହ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଏବେ ଆଲୋଚନା ଚାଲିଛି । ରାୟଗଡା ଜିଲାର ଡାକ୍ତର ସମସ୍ୟା ସହ ମୂଖ୍ୟତଃ ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ଖାଲିଥିବା ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ,ଗୁମୁଡ଼ା ନ୍ୟୁ ପିଏଚସି ସ୍ଥାପନ,ପୁଟାସିଂ,ରଘୁବାରୀ,ଦିଡିମିରିଗୁଡା,ପାରଶାଳୀରେ ହେଲଥ ବେଲନେସ ସେଣ୍ଟର ସ୍ଥାପନ ଉପରେ ଆଜି ସଚିବାଳୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲା ବିଜେଡି ସଭାପତି ସୁଧିର କୁମାର ଦାଶ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଳି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲିଖିତ ଜଣାଇଥିଲେ। ଖୁବ ଶୀଘ୍ର ଗୁଣପୁର ହାସପାତଳର ଡାକ୍ତର ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଵାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଦେଖାଯାଉ ଏହି ପ୍ରତିଶ୍ରୁତି କେବେ ପୂରଣ ହେଉଛି ।