October 29, 2026

ଗୁମ୍ମା ବ୍ଲକ ଡୁମ୍ବାଡା ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଓ ଶୀତଳ ଗୃହ ଉଦଘାଟନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

WhatsApp Image 2023-03-16 at 12.58.03
Share

 

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଡୁମ୍ବାଡା ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି।ସେହିପରି ମିଶନ ଜୀବିକା ଆନୁକୂଲ୍ୟରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗୁମ୍ମା ସ୍ଥିତ ସାପ୍ତାହିକ ହାଟ ପରିସରରେ ଶୀତଳ ଗୃହ ଓ ଚାଷୀ ଙ୍କୁ ଓଜନ ମେସିନ ଏବଂ ଛତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗୁମ୍ମା ବ୍ଲକ ଅଧିନସ୍ଥ ଡୁମ୍ବାଡା ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ, ଗୁମ୍ମା ସ୍ଥିତ ଶୀତଳ ଗୃହ ଓ ବି କଳାକୋଟରେ ସ୍ୱୟଂ ସହାୟକ ଗୋଷ୍ଠୀ ସିଲେଇ ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ସହ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ।ଦିବ୍ୟ ଶକ୍ତି ଦଳକୁ ଏହି ଶୀତଳ ଗୃହ ପ୍ରଦାନ କରିବା ସହ ପ୍ରତିଦିନ ବିକ୍ରି କରୁଥିବା ଚାଷୀଙ୍କୁ ୨୦ ଟି ଓଜନ ମେସିନ, ଗୋଟିଏ ବଡ଼ ଛତା, ଦୁଇଟି ପରିବା ଟ୍ରେ ଓ ବିୟୁଟି ପାର୍ଲରରେ ତାଲିମ ନେଇଥିବା ଛାତ୍ରୀଙ୍କୁ ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ଏସ ଡି ସି ଅଧ୍ୟକ୍ଷା ମରିୟମ ରଇତ,ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ବିଡ଼ିଓ ଅନୁପ ଅଭିଷେକ ବେହେରା, ପି ଏ ଆଇ ଟି ଡି ଏ ଫାଲଗୁନ ମାଝୀ, ଏସ ଓ ଜ୍ୟୋତି ରଞ୍ଜନ ବେହେରା, ପ୍ରବୀଣ କୁମାର ସାହୁ, ଗୌତମ ସ୍ୱାଇଁ,ଜୀବନ ଦାସ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

You may have missed