April 25, 2026

କାଶୀନଗର ବ୍ଲକରେ ପୋଲିସ, ଅବକାରୀ ଏବଂ ମଦମାଫିଆ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: କେ.ସୀତପୁର ଗ୍ରାମରେ ଚୋରାରେ ବିକ୍ରିପାଇଁ ରଖିଥବା ବ୍ୟାପକ ଚୋରା ବିଦେଶୀ ମଦ ଜବତ ଓ ଥାନାରେ ୩ଅଟକ

WhatsApp Image 2023-03-16 at 14.18.31
Share

 

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପୋଲିସ, ଅବକାରୀ ଏବଂ ମଦ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କାଶୀନଗର, ହାଡୁଭାଙ୍ଗି, କେ ସୀତାପୂର ଅଞ୍ଚଳ ଚରା ଦେଶୀ ରନ୍ଧା ମଦ, ବିଦେଶୀ ମଦର ବିକ୍ରିର କେନ୍ଦ୍ର ସ୍ଥଳି ପାଲୋଟି ଥିବା ଦେଖିବାକୁ ମିଳୁଛି ସେହିପରି ହାଡୁଭାଙ୍ଗି ଅଞ୍ଚଳରୁ ବ୍ୟାପକ ଭାବରେ ବିଦେଶୀ ମଦ ମଧ୍ୟ ଗଜପତି ଜିଲ୍ଲାର ଗୁମ୍ମା, ଗାଇବା, ସେରଙ୍ଗ ପ୍ରଭୁତି ଅଞ୍ଚଳକୁ ଚୋରାରେ ଚାଲାଣ ଚାଲିଥିବା ଅଭିଯୋଗ ଦୀର୍ଘ ଦିନ ହେଲା ହୋଇ ଆସୁଥିଲେ ମଧ୍ୟ ଅବକାରୀ, ପୋଲିସ ନିଜର ସ୍ବାର୍ଥ ପାଇଁ ଆଖିବୁଜି ଦେଇ ଜାଣି ନ ଜାଣିଲା ପରି ରହୁଥିଲେ ଏହା ମଧ୍ୟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମରେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସ୍ଵାତି କୁମାର ଅଚାନକ ଦୋକାନ ମାନଙ୍କ ଉପରେ ଚଢ଼ାଉ କରିଥିଲେ. ଚଢ଼ାଉ ବେଳେ ୨୫ଲିଟର ବିଦେଶୀ ମଦ ଜବତ କରି ଯୋଗେସୁ ପାତ୍ର, ଜି.ଭେଙ୍କେଟସ ଓ ଏଲ ଶେଖର ଙ୍କୁ ଅବକାରୀ ବିଭାଗ ଦଫାରେ ପୃଥକ ପୃଥକ ମକଦ୍ଧମା ରୁଜୁ କରି ଚୋରା ମଦ ବେପାରୀ ମାନଙ୍କୁ ଥାନାରେ ଅଟକ ରଖାଯାଇଛି ଜବତ କରିଥିବା ବିଦେଶୀ ମଦ କାଶୀନଗର ଥାନାକୁ ହସ୍ତାନ୍ତର
କରାଯାଇଛ ସୂଚନା ଯୋଗ୍ୟ ଏହିକି ଯେ କେ.ସୀତାପୁର ଓ ହାଡୁଭାଙ୍ଗି ଠାରେ ବିପୁଳ ପରିମାଣର ରନ୍ଧା ମଦ ଓ ବିଦେଶୀ ମଦ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି l ହାଡୁଭାଙ୍ଗି ଓ ଆନ୍ଧ୍ରା ଯିବା ମୁଖ୍ୟ ରାସ୍ତା କଡ଼ରେମଧ୍ୟ ପେକେଟ ଦେଶୀ ମଦ ଖୁଲମ ଖୁଲା ଭାବେ ବିକ୍ରି କରା ଯାଉଛି ଯାହା ଫଳରେ କି ସେହି ରାସ୍ତା ଦେଇ ଯିବାକୁ ଜନସାଧାରଣ ବିଶେଷ କରି ମହିଳା ମାନେ ଭୟଭିତ ହୋଉଛନ୍ତି l ପୋଲିସ ଓ ଅବକାରୀ ବିଭାଗ ଏ ବିଷୟରେ ଜାଣି ନଜାଣିଲା ଭଳି ଅଭିନୟ କରି କିଛି ପଦକ୍ଷେପ ନେଉ ନାହାନ୍ତି l ଅବକାରୀ ବିଭାଗଙ୍କ ନଜରରେ ଏହା ପଡୁ ନାହିଁକି ବୋଲି ବୁଦ୍ଧିଜୀବୀ ଅଞ୍ଚଳ ବାସି ମାନେ ପ୍ରଶ୍ନ କରିଛନ୍ତି l ନାମକୁ ମାତ୍ର ଅବକାରୀ ବିଭାଗ କେହି ବ୍ୟକ୍ତି ମଦ ପିଇବା ପାଇଁ ନେଉଥିବା ବେଳେ ତାଙ୍କୁ ଧରି ନାମକୁ ମାତ୍ର ମାସକୁ ଗୋଟେ ଦୁଇଟାକେସ୍ କରି ଛାଡି ଦେଉଛନ୍ତି ବୋଲି ଜନସାଧାରଣ ମାନେ ମତ ପ୍ରକାଶ କରିଛନ୍ତି l