April 29, 2026

ଟାଟା ଏସିକୁ ଧକ୍କା ଦେଲା ବାଇକ୍ ; ତିନି ଆହତ, ବ୍ରହ୍ମପୁର ସ୍ଥାନାନ୍ତର

IMG-20240926-WA0044
Share

 

ବେଲଗୁଣ୍ଠା,26/09, ଏକ ଆପାଚି ମୋଟରସାଇକେଲ୍ ଏକ ଟାଟା ଏସିକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଏବଂ ସେଥିରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି I ଘଟଣାଟି ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଡ଼ିବନ୍ଧ ଅଞ୍ଚଳରେ ଘଟିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଡ଼ିବନ୍ଧ ଗ୍ରାମର ମହେଶ୍ଵର ବିଷୋୟୀ (32),ଜଗନ୍ନାଥ ପ୍ରଧାନ ଏବଂ କୃଷ୍ଣ ଗୌଡ଼ ଆଜି ସକାଳେ କୌଣସି କାମରେ କୁଲାଙ୍ଗୀ ଯାଇ ନିଜ ଗ୍ରାମକୁ ଫେରୁଥିବା ସମୟରେ କୁଲାଙ୍ଗୀ ଏବଂ ଗୁଡ଼ିବନ୍ଧ ମଝିରେ ଏକ ହମ୍ପସ୍ ରେ ନିୟନ୍ତ୍ରଣ ହରାଇ ବିପରୀତ ପଟୁ ଆସୁଥିବା ଏକ ଟାଟା ଏସି ଗାଡ଼ି ସହିତ ପିଟି ହୋଇଯାଇଥିଲେ I ଟାଟା ଏସି ଗାଡ଼ିଟି ଗୁଡ଼ିବନ୍ଧରୁ କୁଲାଙ୍ଗୀ ଅଭିମୁଖେ ଯାଉଥିଲା I ଟାଟା ଏସି ସହିତ ଧକ୍କା ହେବା ଫଳରେ ବାଇକ୍ ରୁ ତିନି ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ବାଇକ୍ ଚାଳକ ମହେଶ୍ଵରର ଡ଼ାହାଣ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣାପଡିଛି I ସମସ୍ତ ତିନି ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି I ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed