April 29, 2026

କେଦ୍ଦୁଗୁଡା ଆଶ୍ରମ ଠାରେ ” ସୁରଭି”କାର୍ଯ୍ୟ କ୍ରମ ଅନୁଷ୍ଠିତ।

IMG-20240926-WA0043
Share

 

ରାମନାଗୁଡା ବ୍ଳକ ଅନ୍ତର୍ଗତ ଭାମିନି ପଞ୍ଚାୟତର ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ “ସୁରଭି ୨୦୨୪ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ,ଲିମାପଦର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରପନ୍ନ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଭୈରବ ପ୍ରସାଦ ରଥ ସଭାପତି ଭାବେ ଉପସ୍ଥିତଥିଲେ । ମଞ୍ଚରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମନାଥ ଶବର ,ବିଦ୍ୟାଳୟ ପରିଚାଳନା କମିଟିର ଶିକ୍ଷାବିତ ବାଳକୃଷ୍ଣ ଶବର ,ଦୌପଦି ବିଦ୍ୟାପୀଠ ମହାବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିମୟୀ ପ୍ରଧାନ, ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଅରବିନ୍ଦ ପାଢୀ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଭାମିନୀ କ୍ଲଷ୍ଟରର ୧୪ଟିି ବିଦ୍ୟାଳୟରୁ ପ୍ରାୟ ୮୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ।ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ର, ବକୃତା,ଭାଷଣ, ସଂଗୀତ, ସୃଜନଶୀଳ ଲିଖନ, ଚିତ୍ରକଳା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଜେତା ପ୍ରତିଯୋଗୀ ମାନଙ୍କୁ ମଞ୍ଜାସୀନ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଗୁଣପୁରର କଳାକାର ନିଖିଳ କୁମାର ପାଢୀ ଛାତ୍ରଛାତ୍ରୀଙ୍କୁ କୌତୁକ ଖେଳ (magic show ) ପ୍ରଦର୍ଶନ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀ ତପନ କୁମାର ସୁନାମୁଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ତାରାକାଶ୍ଵର ରାଓ, ଶିକ୍ଷୟତୀ ପ୍ରଜ୍ଞା ପରିମିତା ଦେବୀ , ସନ୍ତୋଷୀ ସାହୁ,ଦିପ୍ତି ରାଣୀ ପଣ୍ଡା, ପୁଷ୍ପାଞ୍ଜଳୀ ପରିଡା,ମିତାଲୀ ସାହୁ,ଗୀତା ଶବର, ସୌଦାମିନି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଗଣେଶ ଶବର, ରାଜେନ୍ଦ୍ର ବେହେରା ଓ ଶିକ୍ଷୟିତ୍ରୀ କୁନି ଦାସ, ମଧୁମିତା ଗମାଙ୍ଗ ସସ୍ମିତା ଶବର ତଥା ଗ୍ରାମବାସୀ କରମା ଶବର, କମଳ କୈବର୍ତ୍ତ, ସୁଶାନ୍ତ ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ ସଞ୍ଜିବ୍ କୁମାର ଦାଶ

You may have missed