November 26, 2024

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷ୍ୟା ନିରୀକ୍ଷକ ସଂଘର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା..

Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଓଡିଶା, ଭୁବନେଶ୍ଵର ତରଫରୁ ଏକ ୧୫ ଦଫା ଦାବୀ ଉପସ୍ଥାପନ ପୂର୍ବକ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟ ରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସଂଘର କର୍ମକର୍ତ୍ତା, ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦୀର୍ଘଦିନର ଦାବି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା, ନବରଙ୍ଗପୁର ଜିଲ୍ଲା ସଂଘର ଉପଦେଷ୍ଟା ସାଧୁରାମ ଭତରା, ଉପସଭାପତି ହର ପ୍ରସାଦ ମିଶ୍ର, ସପନ ହଲଦାର, ଆଡିଟର ସନ୍ତୋଷ କୁମାର ଦାସ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ୍ ମହାରଣା,ଅବନି ମଜୁମଦାର, ମହିଳା ସଭ୍ୟା ଅନୁ ଗୋଲଦାର, ମନୋଜ ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି,ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ବିରତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷା ନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଏବଂ ୨୦୦୬ ମସିହାରୁ କାର୍ଯ୍ୟରତ କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ରେଗୁଲାର କରିବା, ଟିଜିଟି ଶିକ୍ଷକ ମାନଙ୍କର ଯଥାଶୀଘ୍ର ଗ୍ରେଦସନ କରି କ୍ଲାସ ୩ ପଦବୀ ଦେବା ଇତ୍ୟାଦି ସମସ୍ୟା ଜଣାଇଥିବା ସହ ଦୀର୍ଘ ୨୦୨୨ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏମ.ଏ.ସି.ପି ଜିଲ୍ଲା କାର୍ଯ୍ୟାଳୟରେ ପଡ଼ି ରହିବା ଆଦି କଥା ଜଣାଇଛନ୍ତି । ଏହା ଶୁଣି ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଶ ମହାପାତ୍ର, ସରୋଜ ପାଣି, ମହେଶ ଗଣ୍ଡ, ଦିବ୍ୟ ରଞ୍ଜନ ସାହୁ, ସୂର୍ଯ୍ୟ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.