November 26, 2024

ରାଜ୍ୟ ସ୍ତରୀୟ ଉପ କନିଷ୍ଠ ହ୍ୟାଣ୍ଡବଲ, ସମ୍ବର୍ଦ୍ଧିତ ହେଲେ ପାଞ୍ଚ ପ୍ରତିଭାବାନ ବ୍ୟକ୍ତି। 

Share

 

 

ଖୋର୍ଦ୍ଧା ,(ଉପାନ୍ତ ଖବର): ସ୍ଥାନୀୟ ଓଏସଏପି ସପ୍ତମ ବାଟାଲିୟନ ଖେଳ ପଡିଆରେ ଆୟୋଜିତ କନିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଖୋର୍ଦ୍ଧାର ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଲାଭ କରିଛି l ଏହି ସଫଳତା ଲାଗି ରାଜ୍ୟ ହ୍ୟାଣ୍ଡ ବଲ ସଙ୍ଘ ସମ୍ପାଦକ ବୀରେନ୍ଦ୍ର କୁମାର ବେହେରା, ସଂଗଠନ ସମ୍ପାଦକ ଯଶୋବନ୍ତ ପରମଗୁରୁ ଏବଂ ବୋଲଗଡର କ୍ରୀଡା ଶିକ୍ଷକ ଏବଂ କର୍ମକର୍ତ୍ତା ମନୋଜ କୁମାର ନିଶଙ୍କ ଖୋର୍ଦ୍ଧାର ଖେଳାଳୀଙ୍କୁ ଶୁଭକାମନା ଜଣାଇଛନ୍ତି l ଏହି ରାଜ୍ୟ ଉତ୍ସବରେ ଭୁବନେଶ୍ୱର ଡିସିପି ସୁଧାକର ମିଶ୍ରମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ଆଡିସନାଲ ଡିସିପି ସିପି ଆଦିତ କୁମାର ପ୍ରଧାନ ଯୋଗଦେଇଥିଲେ l ଏବଂ ସଂମ୍ମାନିତ ଅତିଥିଭାବେ ଓଏସଏପି ସପ୍ତମ ବାଟାଲିୟନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ ଯୋଗଦେଇ ପାଞ୍ଚଜଣ ପ୍ରତିଭା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପ୍ରମୋଦ କୁମାର ରାଉତ ବେଷ୍ଟ କ୍ରୀଡା ଶିକ୍ଷକ ଭାବେ, ବିନୋଦ କୁମାର ବଳ ବେଷ୍ଟ ସମାଜ ସେବୀ ଭାବେ, ଅର୍ଣ୍ଣବ ସିଂହ୍ନା ରେଫରି ବୋଡ଼ ଚେୟାରମ୍ୟାନ, ପାର୍ଥ ସାହୁ କ୍ରୀଡା ଶିକ୍ଷକ ଭାବେ, ପ୍ରଭାତ କୁମାର ଦଳେଇ ଓଡିଶା ପୋଲିସ କୋଚ ଭାବେ ମୁଖ୍ୟ ଅତିଥି ସୁଧାକର ମିଶ୍ର ଏବଂ ମୁଖ୍ୟ ବକ୍ତା ଆଦିତ କୁମାର ପ୍ରଧାନ ଏହି ପ୍ରତିଭାବାନ ବ୍ୟକ୍ତିଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରିଶେଷରେ ସାଙ୍ଗଠନିକ ସଭାପତି ଗୋପୀନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.