ଧନୁପାଲି ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

IMG-20240922-WA0030
Share

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ): ଚଳିତ ବର୍ଷ ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସରରେ ଧନୁପାଲି ଦୁର୍ଗାପୂଜା କମିଟି ଆୟୋଜିତ ସ୍ଥାନୀୟ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଚେୟାରମେନ୍ ଅକ୍ଷୟ ମହାନ୍ତି, ଭାଇସ ଚେୟାରମେନ୍ ଉପେନ୍ଦ୍ର ମାଝୀ, ସଭାପତି ନରେନ୍ଦ୍ର ପ୍ରକାଶ ରାୟଗୁରୁ, ଉପସଭାପତି ଅନୀଲ କୁମାର ମିଶ୍ର, ସଂପାଦକ ପ୍ରମୋଦ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ଜୁଗାର, ନଡ଼ିଆ, ମାଁ ସମଲେଶ୍ୱରୀ, ମନ୍ଦାର ଫୁଲ, ମାଁ ଦୁର୍ଗା, ଦୁର୍ଗାପୂଜାର ତୋରଣ, ଦୁର୍ଗାପୂଜା, ବିସର୍ଜନ ପ୍ରଭୃତି ବିଷୟବସ୍ତୁ ଉପରେ ସୁନ୍ଦର ଚିତ୍ର ସବୁ ଅଙ୍କନ କରିଥିଲେ। କାର୍ଯ୍ୟକ୍ରମକୁ ଧନୁପାଲି ଦୁର୍ଗାପୂଜା କମିଟିର । ସାଂସ୍କୃତିକ ସମ୍ପାଦକ ଅଶୋକ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ବିଚାରକ ଭାବରେ ବରିଷ୍ଠ ଚିତ୍ରଶିଳ୍ପୀ ରାଧାରମଣ ମୁଦୁଲି, ମନୋଜ ଚୌଧୁରୀ, ସୁରଜିତ ରାଉତ ପ୍ରମୁଖ ଚିତ୍ରାଙ୍କନ ସବୁର ମୂଲ୍ୟାଙ୍କନ କରିଥିବା ବେଳେ ଦୁର୍ଗାପୂଜା ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସାଂସ୍କୃତିକ ସମ୍ପାଦକ ସୂଚନା ଦେଇଛନ୍ତି

You may have missed