September 23, 2024

ପଦମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ 

Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ରକ୍ତ ଭଣ୍ଡାର ରେ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ପଦମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟ ରେ ତଥା ପଦମପୁର ପର୍ଶୁରାମ ବାହିନୀ ସଭାପତି ଭରତ ପଣ୍ଡା ଙ୍କ ନେତୃତ୍ୱ ରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଯାଇଛି । ଏହି ରକ୍ତ ଦାନ ଶିବିର କୁ ପଦମପୁର ବ୍ରାହ୍ମଣ ସମାଜ ର ସଭାପତି ଜୟ ନାରାୟଣ ତ୍ରିପାଠୀ ଉଦ୍ଘାଟନ କରିଥିଲେ।ଅତିଥି ଭାବରେ ଡକ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ, ଶାନ୍ତନୁ ପାଣିଗ୍ରାହୀ ଓ ଚନ୍ଦ୍ର ପୁରୋହିତ ଯୋଗଦାନ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ପର୍ଶୁରାମ ବାହିନୀ ର ସଦସ୍ୟ ଆଶିଷ ଶର୍ମା ,ଲିପନ ଦାସ ,ବଳଦେବ ପାଣିଗ୍ରାହୀ , ଭରତ ପଣ୍ଡା , ରିପନ୍ ତ୍ରିପାଠୀ , ଚିନ୍ମୟ ପାଣିଗ୍ରାହୀ , ଶରତ କୁମାର ଶତପଥୀ ,ଅରବିନ୍ଦ ପାଣିଗ୍ରାହୀ ଓ ପ୍ରତ୍ୟୁଷ କୁମାର ପାଢ଼ୀ ରକ୍ତ ଦାନ କରିଥିଲେ । ପର୍ଶୁରାମ ବାହିନୀ ର ସଦସ୍ୟ ତୃପ୍ତିମୟ ତ୍ରିପାଠୀ, ରାକେଶ କୁମାର ଦାଶ , ସୁଧାଂଶୁ ତ୍ରିପାଠୀ ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।