August 25, 2026

ମୋହନା ଓକିଲ ସଙ୍ଘ ପକ୍ଷରୁ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ପାଳନ..

IMG-20240921-WA0034
Share

 

ଆଜି ଦିନ ୧୦ ଘଣ୍ଟ ସମୟରେ ମୋହନା କୋର୍ଟ ପରିସର ରେ ଥିବା ମୋହନା ଓକିଲ ସଙ୍ଘ କାର୍ଯ୍ୟଳୟ ରେ ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳନ କରାଯାଇଛି। ଏହି

ଅବସରରେ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନ୍ୟବର ବିଚାରପତି ସୁଭଜିତ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଭାପତି ସନ୍ତୋଷ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଜିଷ୍ଟ୍ରେଟ ନିଜର ଅଭିଭାଷଣ ରଖିଥିଲେ ସବୁଠୁ ବଡ଼ କଥା ହେଉଛି ନିଜର ଜ୍ଞାନ ବଢ଼ାଇବା ସହ ଅନ୍ୟଠୁ କିଛି ଶିଖିବା ଓ ଶିକ୍ଷା ଦେଲେ ଆମ ସମାଜର ଉନ୍ନତି ସହ ଲୋକଙ୍କ ସେବା କରିପାରିବା ବୋଲି ପ୍ରକାଶ କରିଥିଲେ। ତାହା ସହ ମୋହନା ରେ କିଭଳି ସଠିକ୍ ଲୋକେ ଶୀଘ୍ର ନ୍ୟାୟ ପାଇ ପାରିବେ ଓ ଦୋଷୀ ଦଣ୍ଡ ପାଇବେ ତାହା ମଧ୍ୟ ବରିଷ୍ଟ ଆଇନଜିବୀ ସିମାଞ୍ଚଳ କାର୍ଜୀ କହିଥିଲେ । ମୋହନା ରେ ଉପ ଜିଲ୍ଲା ବିଚାର ବିଭାଗୀୟ ଅଦାଲତ ହୋଇଥିଲେ ଲୋକେ ଉପକୃତ ହୋଇଥାନ୍ତେ ବୋଲି ସଂଘ ସଭାପତି ସନ୍ତୋଷ କୁମାର ପାଢ଼ୀ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ଆଦିତ୍ୟ ତ୍ରିପାଠୀ, ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସିଂ, ପ୍ରଭାତ ପାତ୍ର, ସୁଶାନ୍ତ ମଳିକ, ଜନାଥନ ଲିମା ଙ୍କ ସହ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ।ଶେଷରେ ମୋହନା ଓକିଲ ସଂଘ ର ସମ୍ପାଦକ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ।

You may have missed