April 26, 2026

ସାପ କାମୁଡ଼ାରେ କିଶୋରୀ ବାଳିକାର ମୃତ୍ୟୁ 

IMG-20240921-WA0036
Share

 

ସମ୍ବଲପୁର, ତା. ୨୧. ୦୯:ଶୁକ୍ରବାର ରାତିରେ ସାପ କାମୁଡ଼ାରେ ଗୁରୁତର ଆହତ କିଶୋରୀ ବାଳିକାର ଆଜି ଚିକିତ୍ସାଧୀନ ସମୟରେ ବୁର୍ଲା ଭୀମସାର ଠାରେ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜୁଯୋମୁରା ବ୍ଲକ ଡ଼ଙ୍ଗରପଡା ପଂଚାୟତର ତୁଷାରକଣ୍ଟାରେ।ଗାଁର ୧୯ ବର୍ଷୀୟା ସନାରତୀ ମୁଣ୍ଡା ରାତିରେ ଶୋଇଥିବା ସମୟରେ ଏକ ଚିତି ସାପ ତାଙ୍କୁ କାମୁଡି ଦେଇଥିଲା। ଘଟଣା ସମ୍ପର୍କରେ ଜାଣିପାରି ପରିବାର ଲୋକେ ତୁରନ୍ତ ବୁର୍ଲା ଭୀମସାର କୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସାଧୀନ ସମୟରେ ପରଲୋକ ହେବାରୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଗାଁ ସ୍ୱଶାନରେ ମୃତ ବାଳିକାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବର୍ତ୍ତମାନ ଗାଁ ଗହଳରେ ଚିତି ସାପ ସହିତ ଅନ୍ୟ ବିଷାକ୍ତ ସାପ ଗୁଡିକ ଘୁରି ବୁଲିବା ଦେଖିବାକୁ ମିଳୁଛି।