September 21, 2024

ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ଅନିୟମିତତା ନେଇ କ୍ଷୋଭ ପ୍ରକାଶ କଲେ ଛତ୍ରପୁର ବିଧାୟକ

Share

 

 

ଛତ୍ରପୁର -୧୭/୯/୨୪(ଅରୁଣ କୁମାର ପଣ୍ଡା )ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ଆଜି ଅଚାନକ ପାଲୁରୁ ଜଙ୍କସନ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ତଦାରଖ କରିବା ସହ କ୍ବାଲିଟି ପରୀକ୍ଷା କରିଥିଲେ । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବାକୁ ପାଇଥିଲେ ବିଧାୟକ ରାସ୍ତା ନିର୍ମାଣରେ ପିଚୁର ମାତ୍ର କମ ଥିବା ବେଳେ ଅଧିକାଂଶ ଜାଗାରେ ଥିକନେସ ସଠିକ ନଥିବା ସହ ରାସ୍ତା ପାର୍ଶ୍ୱରେ ଥିବା ଜମିରୁ ମାଟି ଆଣି ପକାଉଥିବା ବେଳେ ବିନା ଜେଇ ଏସ ଡି ଓ ଙ୍କ ଉପସ୍ଥିତିରେ କାମକରିଥିବା ଦେଖିବାକୁ ପାଇଥିଲେ । ଏହା ପରେ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେଇଙ୍କୁ ଫୋନ କରି ଏହି ବିଷୟରେ ଅବଗତ କରାଇବା ସହ ତାଗିତ କରିଥିଲେ । ଏହି ରାସ୍ତା ଟି ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ହଜାର ହଜାର ଗାଡି ପୁରୀ ଅଭିମୁଖେ ଯାଇଥାଏ ହେଲେ ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଅଳ୍ପ ଦିନରେ ଖରାପ ହେବାର ସମ୍ଭାବନା ଅଧିକ ଏଣୁ କାମ ସଠିକ ନ ହେଲେ ଆଗାମୀ ଦିନରେ ଏ ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିଧାୟକ ।