April 30, 2026

ସୁଭଦ୍ରା ଯୋଜନାର ଶୁଭାରମ୍ଭ , ପ୍ରଥମ କିସ୍ତି ପାଇ ହିତାଧିକାରୀ ଖୁସ୍ 

IMG-20240917-WA0035
Share

ବୁଗୁଡା : ତା ୧୭/୦୮/୨୪ : ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାଜ୍ୟର ରାଜଧାନୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବ୍ଲକ ଓ ଏନ୍ଏସି ପ୍ରଶାସନର ମିଳିତ ଆନୁକୁଲ୍ୟରେ ମଧ୍ୟ ଏକ କାର୍ଯ୍ୟକ୍ରମ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥୀଙ୍କୁ ସ୍ବୀକୃତି ପତ୍ର ବିତରଣ ଏବଂ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଆବାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯିବା ସାଙ୍ଗକୁ ସୁଭଦ୍ରା ଯୋଜନାର ଯୋଗ୍ଯ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନର ସୂଚନା ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିର ପାଞ୍ଚ ହଜାର ଟଙ୍କା ନିଜ ନିଜର ବ୍ଯାଙ୍କ ଆକାଉଣ୍ଟକୁ ଆସିଯାଇଥିବାରୁ ହିତାଧିକାରୀ ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିପିଇଓ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ଯକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଡିଓ ସନ୍ତୋଷ କୁମାର ଜେନା, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣି, ସିଡିପିଓ ବବିତା କୁମାରୀ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଖଟାଇ ଯୋଗ ଦେଇ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କେ ଅଭିଭାଷଣ ପ୍ରଦାନ ଅବସରରେ ସମବେତ ମହିଳାଗଣଙ୍କୁ ଉତ୍ସାହିତ ଓ ସଚେତନ କରିଥିଲେ । ତେବେ ବୁଗୁଡା ବ୍ଲକରେ ତିରିଶ ହଜାରୁ ଉର୍ଦ୍ଧ ଏବଂ ଏନ୍ଏସିରେ ଆଠ ହଜାରରୁ ଉର୍ଦ୍ଧ୍ବ ମହିଳା ପ୍ରଥମ କିସ୍ତିର ଲାଭାଂଶ ପାଇଥିବା ନେଇ ସ୍ଥାନୀୟ ପ୍ରଶାସନିକ ସୂତ୍ରରୁ ଜଣାପଡିଛି ।

You may have missed