November 17, 2024
Share

*╭───────────────────╮*
*🌄ସକାଳର ଖବର, ୧୪-ମାର୍ଚ୍ଚ-୨୦୨୩, ମଙ୍ଗଳବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଅର୍ଥ ହେଲା ବୃଦ୍ଧି l ଏଣିକି ସ୍କୁଲ ୟୁନିଫର୍ମ ଲାଗି ଛାତ୍ରଛାତ୍ରୀଙ୍କୁ ମିଳିବ ହଜାରେ ଟଙ୍କା l

➡️୨-୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଠାରୁ କରିବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ହେବେ ସାମିଲ l

➡️୩-ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ହେବ ଘଡ଼ଘଡ଼ି ସହ ବର୍ଷା l ବର୍ଷା ଯୋଗୁ ଦିନରେ ତାପମାତ୍ରା ହ୍ରାସ ପାଇ ୨ରୁ ୩ ଡିଗ୍ରୀ କମିବ ।

➡️୪-ବିଧାନସଭାରେ ‘ଫାଇଭ-ଟି’କୁ ନେଇ ମୁହାଁମୁହିଁ ହେଲେ ଶାସକ ଦଳ ଓ ବିରୋଧୀ । ପ୍ରଶ୍ନ ଥିଲା – ‘୫-ଟି’ ଏକ ବିଭାଗ କି ? ଯଦି ଏହା ବିଭାଗ ତେବେ ଏହାର ଅଫିସ କେଉଁଠି ଅଛି?
ଅନ୍ୟ କର୍ମଚାରୀମାନେ କିଏ ? ଅନ୍ୟ ବିଭାଗକୁ ସଂକୁଚିତ କରିବା ପାଇଁ ଏପରି କରାଯାଇଛି କି ?

➡️୫-ସାରା ଓଡ଼ିଶାରେ ଜଳୁଛି ଜଙ୍ଗଲ, ମୟୁରଭଞ୍ଜରୁ ମାଲକାନଗିରି, ଖୋର୍ଦ୍ଧାରୁ ବଲାଙ୍ଗୀର ଚାରିଆଡେ ମାଡିଚାଲିଛି ନିଆଁ l ଏହି ନିଆଁରେ ହେକ୍ଟର ହେକ୍ଟର ଜଂଗଲ ଜଳି ପୋଡି ପାଉଁଶ ହୋଇଯାଉଥିବାବେଳେ, କେତେ ଜୀବଜନ୍ତୁଙ୍କ ଜୀବନ ଯାଉଛି ତାର ହିସାବ କାହା ପାଖରେ ନାହିଁ ।

➡️୬-ଆଜିଠାରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ ଆରମ୍ଭ l ଏଥର ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ।

➡️୭-ଏଣିକି ଦେଶର ବଡ଼ବଡ଼ ଘରୋଇ ହସ୍ପିଟାଲ ଖୋଲି ପାରିବେ ସେମାନଙ୍କର ନିଜସ୍ୱ ମେଡିକାଲ କଲେଜ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ଼ବଡ଼ ହସ୍ପିଟାଲକୁ ସହାୟତା କରିବେ ଓ ନିୟମରେ କିଛି କୋହଳ କରିବେ।

➡️୮-ସମ୍ବଲପୁର ଓକିଲ ସଂଘର ୫୪ ଆଇନଜୀବୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଦେବେ ଅଣ୍ଡରଟେକିଂ l

➡️୯-ଏଣିକି ଭୂମିକମ୍ପ ପୂର୍ବରୁ ମୋବାଇଲକୁ ଆସିବ ସତର୍କ ସୂଚନା, ଆଇଆଇଟି ରୁଡକି ବିକଶିତ କଲା ଆର୍ଥ କ୍ବିକ୍ ଆର୍ଲି ଓ୍ବାର୍ଣ୍ଣି ସିଷ୍ଟମ l

➡️୧୦-ଭାରତୀୟ ଫିଲ୍ମ ଇତିହାସରେ ଯୋଡ଼ି ହେଲା ଏକ ନୂଆ ଅଧ୍ୟାୟ । ୯୫ ତମ ଓସ୍କାର ଆଓ୍ବାର୍ଡରେ ଭାରତ ହାତେଇଲା ୨ଟି ପୁରସ୍କାର l ଆରଆରଆର ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରଜିନାଲ ସଙ୍ଗ୍ ବର୍ଗରେ ଓସ୍କାର ମିଳିଥିବା ବେଳେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ‘ଦ ଏଲିଂଫାଟ ହ୍ୱିସପରର୍ସ’କୁ ମିିଳିଛି ଓସ୍କାର ।

➡️୧୧-ସମଲିଙ୍ଗୀ ବିବାହ ମାମଲାରେ ଅନ୍ତିମ ଯୁକ୍ତି ପାଇଁ ୫ଜଣିଆ ଖଣ୍ଡପୀଠ ଏପ୍ରିଲ ୧୮ରେ ହେବ ପରବର୍ତ୍ତୀ ଶୁଣାଣି l

➡️୧୨-ମନୀଷ ସିସୋଦିଆଙ୍କ ଗିରଫ ପରେ ଥମୁନି ବିବାଦ। ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କଲା ବିଜେପି।

➡️୧୩-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ପୁଣି ବଢ଼ିଲା। ମାର୍ଚ୍ଚ ୨୯ ମଧ୍ୟରେ ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟ ଦେଲେ ନିର୍ଦ୍ଦେଶ।

➡️୧୪-ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ ।

➡️୧୫-ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ, ସ୍କୁଲ ଛାଡୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ l

➡️୧୬୬-୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା ।

➡️୧୭-ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ l ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ନେପାଳର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାରକୀ l

➡️୧୮-ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ, ଏବେ WTC ଫାଇନାଲ୍‌ରେ କଙ୍ଗାରୁ ସହ ମୁକାବିଲା l

➡️୧୯-ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆର ବିଶ୍ବ ରେକର୍ଡ । ଲଗାତାର ଚତୁର୍ଥ ସିରିଜ୍ ଜିତିଲା ଭାରତୀୟ ଦଳ । ଗତ ୩୦ ବର୍ଷରେ କଙ୍ଗାରୁଙ୍କ ବିରୋଧରେ ଲଗାତାର ୪ଟି ସିରିଜରେ ବିଜୟଲାଭ କରି ଖାସ୍ ରେକର୍ଡ କଲା ମ୍ୟାନ-ଇନ-ବ୍ଲୁ ।

➡️୨୦-ପ୍ରୋ-ଲିଗ୍ ହକି: ବିଶ୍ଵବିଜୟୀ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରି ଦମ ଦେଖାଇଲା ଭାରତ l ଆଜି ଅଷ୍ଟ୍ରେଲିଆ ଆଉ ଜର୍ମାନୀ ମଧ୍ୟରେ ବିର୍ଷାମୁଣ୍ଡା ହକି ଷ୍ଟାଡିଅମରେ ସନ୍ଧ୍ୟା ୭ଟା ରେ ହେବ କଡା ଟକ୍କର l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜିଠାରୁ ତାରାତାରିଣୀ ଯାତ୍ରା ଆରମ୍ଭ ll*
*🔅ଆଜି ଆନ୍ତର୍ଜାତୀୟ ଗଣିତ ଦିବସ ll*
*🔅ଆଜି ଚଇତି ମଙ୍ଗଳବାର ଓଷା ll*
*🔅ଆଜି ଆଇନ ସହାୟତା ଦିବସ ll*
*🔅ଆଜି ପ୍ରତିଭା ଦିବସ ll*
*🔅ଆଜି ବିଜ୍ଞାନ ଶିକ୍ଷା ଦିବସ ll*
*🔅ଆଜି ଜାତୀୟ ଆଳୁ ଚିପ୍ ଦିବସ ll*
*🔅ଆଜି ଜାତୀୟ ଶିଶୁ ହସ୍ତଶିଳ୍ପ ଦିବସ ll*
*🔅ଆଜି ଅଭିନେତା ଆମୀର ଖାନ ଜନ୍ମଦିନ ll*
*🔅ଆଜି ୨୬ତମ ଅନ୍ତର୍ଜାତୀୟ ନଦୀ ସୁରକ୍ଷା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*