September 21, 2024

ପଦ୍ମପୁର ଆର ଜି କଲେଜ ଛାତ୍ରୀ ଙ୍କୁ ଅସଦାଚରଣ ମାମଲା ରେ ଥାନା ରୁ ବେଲ ରେ ଆସିଲେ ଅଧ୍ୟାପକ 

Share

 

ରାୟଗଡା : ଗୁରୁ ଛାତ୍ର ଛାତ୍ରୀ ସମ୍ପର୍କ ଅତିନିବିଡ଼ ଗୁରୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ଗୁରୁ ସାକ୍ଷାତ ପରଂବ୍ରହ୍ମ l ପୂର୍ବେ ଶିକ୍ଷକ ( ଗୁରୁ ) ଙ୍କୁ ଭଗବାନ ରୂପେ ମାନୁଥିଲେ l ଗୁରୁ ମଧ୍ୟ୍ୟ ଛାତ୍ରୀ ଛାତ୍ର ଙ୍କୁ ନିଜର ଶିଷ୍ୟ ଭାବୁଥିଲେ l ବର୍ତ୍ତମାନ ଗୁରୁ ଶିଷ୍ୟ ସମ୍ପର୍କ କଳୁଷିତ ହେବାରେ ଲାଗିଛି l କେଉଁଠି ଛାତ୍ର ଶିକ୍ଷକଙ୍କୁ ମାରପିଟ କରୁଛି ତ କେଉଁଠି ଶିକ୍ଷକ ନିଜର ଛାତ୍ରୀ ଙ୍କ ସହିତ କୁକର୍ମ ରେ ଲିପ୍ତ ରହୁଥିବା ପ୍ରତିଦିନ ଖବର କାଗଜ ଓ ଟିଭି ରେ ଦେଖିବାକୁ ମିଳୁଛି l ଏହିପରି ଏକ ଘଟଣା ଘଟିଛି ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ପଦ୍ମପୁର ଆର ଜି କଲେଜ ରେ ଏମିତି ଏକ ଘଟଣା କୁ ନେଇ ଏହି କଲେଜ ଅଧ୍ୟାପକ ଗିରଫ ହୋଇ ଥାନାରୁ ବେଲ ରେ ଆସିଥିବା ପଦ୍ମପୁର ଥାନା ପକ୍ଷରୁ ଜଣାପଡିଛି l ସୂଚନା ଯୋଗ୍ୟଯେ ଶିକ୍ଷା ବର୍ଷ ଆରମ୍ଭ ରୁ ହିଁ ଗତ କିଛିଦିନ ଧରି ଆର ଜି କଲେଜ ର ବିଜ୍ଞାନ ବିଭାଗ ର ଅଧ୍ୟାପକ ବାଞ୍ଛାନିଧି ଦାସ ବିଜ୍ଞାନ ବିଭାଗ ର ଜଣେ ଦ୍ୱତୀୟ ବର୍ଷ ଛାତ୍ରୀ ଙ୍କୁ ଶ୍ରେଣୀ ଗୃହ ରେ ପାଠ ପଢ଼ା ସମୟରେ ଆଶ୍ଳୀଳ ଇଙ୍ଗିତ ସହ ମୁହ କୁ ମୁହ ଦେଖି କଥାହେବା ଓ ଫୋନ କରିବାକୁ କହୁଥିଲେ ନ ହେଲେ ପ୍ରାକ୍ଟିକାଲ ପରୀକ୍ଷା ସମୟରେ ମୋ ହାତରେ ଥିବା ମାର୍କ କାଟିଦେବୀ ବୋଲି ଧମକ ଦେଉଥିବା ନେଇ ଛାତ୍ରୀ ଜଣ ଙ୍କ କଲେଜ ଅଧକ୍ଷ ସୁବାସ ଚନ୍ଦ୍ର ସାହୁ ଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଛାତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଘଟଣା ର ସତ୍ୟା ସତ୍ୟ ଜାଣିବା ନିମନ୍ତେ ଅଧ୍ୟାପିକା ରଶ୍ମିତା ସ୍ୱାଇଁ ଙ୍କ ସହିତ ଅନ୍ୟ 4 ଜଣ ଙ୍କୁ ଘଟଣା ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ l ଘଟଣା ର ତଦନ୍ତ କରି ତଦନ୍ତ କାରି ଦଳ ଅଧ୍ୟାପକ ଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ l ଛାତ୍ରୀଙ୍କ ଅଭିଯୋଗ ଓ ତଦନ୍ତ ରିପୋର୍ଟ ଆଧାର ରେ ଗତ 31/08/2024 ରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଦାସ ଅଧ୍ୟାପକ ବାଞ୍ଛାନିଧି ଦାସ ଙ୍କ ବିରୋଧ ରେ ପଦ୍ମପୁର ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରେ ଥାନା କେଶ ନମ୍ବର 122/24 ରାଜୁ କରି ଘଟଣା ର ତଦନ୍ତ ନିମନ୍ତେ ଗୁଣୁପୁର ଏସଡିପିଓ ବାବୁଲି ନାୟକ ଘଟଣା ର ତଦନ୍ତ ପାଇଁ ଆର ଜି କଲେଜ ପଦ୍ମପୁର କୁ ଆସି ଘଟଣା ସମ୍ପର୍କ ରେ କଲେଜ ର ସମସ୍ତି ଙ୍କୁ ପଚାରି ବୁଝିଥିଲେ l ଅଭିଯୋଗ କରିଥିବା ଛାତ୍ରୀଙ୍କ ବୟାନ କୁ କୋର୍ଟ ରେ ରେକର୍ଡ କରାଯାଇଥିଲା l ସମ୍ପୃକ୍ତ ଅଧ୍ୟାପକ ଙ୍କୁ ପଦ୍ମପୁର ଥାନା କେଶ 122/24 ଅନୁଯାଇ ବିଏନଏସ ଧାରା 74,75,78,296,351(2/3) ଅନୁଯାଇ ଗିରଫ କାରି ଥାନା ନୋଟିସ 35(3) ବିଏନଏସଏସ ଅନୁଯାଇ ପଦ୍ମପୁର ଥାନା ରୁ ବେଲ ରେ ଛଡା ଯାଇଛି ବୋଲି ଘଟଣା ର ତଦନ୍ତ କାରି ଅଧିକାରୀ କହିଛନ୍ତି l ଏହି ଘଟଣା କଣ ହୋଇଛି ଏହାର ସତ୍ୟତା ଜାଣିବା ନିମନ୍ତେ ସମ୍ପୃକ୍ତ ଅଧ୍ୟାପକ ଙ୍କ ଫୋନ ନମ୍ବର 9437641692ଓ 9668058769 ରେ ଗତ 06/09/2024 ରେ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l ଆଜି 10/09/2024 ରେ ବ୍ୟକ୍ତିଗତ ଭାବେ ସାକ୍ଷାତ କାରି ତାଙ୍କରି ପ୍ରତିକ୍ରିୟା ନେବା ରୁ ସେ କହିଲେ ଯେ ବର୍ତ୍ତମାନ ଘଟଣା ଟି ସବଜୁଡିସିର ରେ ଅଛି କିଛି କହିପାରିବି ନାହିଁ ବୋଲି କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ