November 26, 2024

ଉମରକୋଟ ଠାରେ ଜୟଦେବ ପରିଡ଼ା ଙ୍କ ନେତୃତ୍ୱରେ ହିନ୍ଦୁ ସୁରକ୍ଷା ସମିତି ତରଫରୁ ମହା ସମାବେଶ……

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)୧୧/୦୯/୨୦୨୪

ସନାତନୀ ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କୁ ସାମ୍ପ୍ରତିକ ସମୟରେ ଭାରତ ସମେତ ବିଶ୍ୱର ହିନ୍ଦୁ ଉପରେ ବର୍ବରତା ସହିତ ଆକ୍ରମଣ ଘଟି ଚାଲିଛି!କିଛି ଦିନ ତଳେ ପଡୋଶୀ ବାଂଲାଦେଶ ରେ ଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ୟଚାର କରାଯାଇଥିଲା!କିଛି ବିଧର୍ମୀ ଗୋଷ୍ଠୀ ୨୦୪୭ମସିହା ସୁଦ୍ଧା ଭାରତ ରେ ସରିଆ ଶାସନ ଲାଗୁ କରିବା ପାଇଁ ସମସ୍ତ ଷଡଯନ୍ତ୍ର ରଚି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଡଙ୍ଗରୀଗୁଡା ଖେଳ ପଡିଆ ଠାରୁ ବରିଷ୍ଠ ଓକିଲ ତଥା ସମାଜସେବୀ ଜୟଦେବ ପରିଡାଙ୍କ ତତ୍ୱାବଧାନରେ ହଜାର ହଜାର ହିନ୍ଦୁ ଭାଇ ଭଉଣୀ ଏକତ୍ରିତ ହୋଇ ଏକ ବିଶାଳ ପଦଯାତ୍ରା ବାହାର କରି ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଏକ ୧୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିଶାଳ ହିନ୍ଦୁ ସମାବେଶ ରେ ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳରୁ ହିନ୍ଦୁ ଭାଇ ଭଉଣୀ, ସନ୍ତ ମହାତ୍ମା ମାନେ ଯୋଗ ଦେଇଥିଲେ!ଭାରତ କୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯିବା, ଭାରତରେ

ୟୂ ସି ସି ଲାଗୁ କରିବା, ହିନ୍ଦୁ ଆଦିବାସୀ ହରିଜନ ଙ୍କ ଧର୍ମାନ୍ତୀକରଣ ବନ୍ଦ କରିବା, ସମ୍ବିଧାନରେ ହିନ୍ଦୁ ମାନଙ୍କ ପ୍ରତି ଥିବା ପାତର ଅନ୍ତର ନୀତିକୁ ଉଚ୍ଛେଦ କରିବା ଏଭଳି ୧୩ଟି ଦାବି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.