November 26, 2024

ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ନେଇ ଜନ ଶୁଣାଣିରେ ଯୋଗ ଦେବେନୀ ବିସ୍ଥାପିତ ବିରୋଧୀ ..

Share

ଅସ୍ତରଙ୍ଗ,ରାଜ୍ୟ ସରକାର ଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ,ହାଇଦ୍ରାବାଦ ନବଯୁଗ କମ୍ପାନୀ ଦ୍ବାରା ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ର,ପରିବେଶ ସମ୍ବନ୍ଧୀୟ, ଆସନ୍ତା ୧୩ ତାରିଖ ଶୁକ୍ରବାର ହେବାକୁ ଥିବା ଜନ ଶୁଣାଣି କୁ ବିସ୍ଥାପିତ ହେବାକୁ ଥିବା ୧୨ ଖଣ୍ଡ ଗ୍ରାମର ଅଧିବାସୀ ବିରୋଧ କରିବେ ବୋଲି ଜଣା ପଡିଛି । ସେମାନଙ୍କ କହିବା କଥା ,ଆମେ ବିକାଶ କୁ ବିରୋଧ କରୁନୁ । ହେଲେ,ସରକାର ତଥା ଜିଲ୍ଲା ପ୍ରଶାସନ ବିସ୍ଥାପିତ ଅଞ୍ଚଳ ରେ ଜନ ଶୁଣାଣି ନ କରି ସମୁଦ୍ର ଅଞ୍ଚଳ ଠାରୁ ୧୨ କିଲୋମିଟର ଦୂରରେ ଆମ ଅଗୋଚର ରେ ଜନ ଶୁଣାଣି କରିବାକୁ ଯାଇଅଛି । ତେଣୁ କରି ବିସ୍ଥାପିତ ବିରୋଧୀ ଗୋଷ୍ଠୀ ତରଫରୁ ସେହି ୧୩ ତାରିଖ ଦିନ ପିର ଜାହାନିଆଁ ନିକଟ ମେଳା ପଡ଼ିଆରେ ବିଶାଳ ଜନ ସମାବେଶ କରିଯାଇ,ପ୍ରସ୍ତାବିତ ବନ୍ଦର କୁ ବିରୋଧ କରାଯିବା ସହ ଭିଟା ମାଟି ର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଛୁରିଅନା ସରପଞ୍ଚ କ୍ଷୀର କାଂଡି ପ୍ରକାଶ କରି ଛନ୍ତି ।

ଅପର ପକ୍ଷରେ,ବୁଧବାର ଦିନ,ରାଜ୍ୟ ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ ଡ଼ାକବାଜି ଯନ୍ତ୍ର ଦ୍ବାରା ତେର ତାରିଖରେ ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ହେବାକୁ ଥିବା ଜନ ଶୁଣାଣିରେ ଯୋଗ ଦାନ କରି ସେମାନଙ୍କ ମତାମତ ଦେବା ନିମନ୍ତେ ପ୍ରସ୍ତାବିତ ବିସ୍ଥାପିତ ଅଞ୍ଚଳରେ ଜଣାଇ ଦେଇଛି । ଏହି ସବୁ ସତ୍ୟେ,ପ୍ରଶାସନ ବିସ୍ଥାପିତ ବାସି ଙ୍କୁ ହେଉ ମନେକରି ତାଙ୍କ ଅଞ୍ଚଳ ଠାରୁ ବହୁ ଦୂରରେ ଜନ ଶୁଣାଣି କରୁଥିବାରୁ,ସେହି ସ୍ଥାନକୁ କେହି ନଜାଇ ଅଞ୍ଚଳ ବାସି ଙ୍କର ଜଣ ଶୁଣାଣି ସେମାନେ ନିଜକୁ ନିଜେ କରିବେ ବୋଲି ଗ୍ରାମ କମିଟି ବା ବୈଠକରେ ନିଷ୍ପତ୍ତି ହୋଇଛି ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.