November 26, 2024

ବାଣିଜ୍ୟ ଓ ପାରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ରାୟଗଡା ଗସ୍ତ ସମୟରେ ବିପୁଳ ସମ୍ବର୍ଦ୍ଧନା 

Share

ରାୟଗଡା :ଦିନିକିଆ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ବାଣିଜ୍ୟ ଓ ପାରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ଓଡିଶା ସରକାର ରାୟଗଡା ଜ଼ିଲ୍ଲା ର କେନ୍ଦୁଗୁଡା ଠାରେ ପହଞ୍ଚିଥଲେ ସେହିଠାରେ ପଦ୍ମପୁର ବ୍ଲକ ର ବିଜେପି କାତ୍ମକର୍ତ୍ତା ଙ୍କ ଦ୍ୱାରା ସ୍ୱାଗତ କରିଥିଲେ l ପରେ ରାୟଗଡା ପ୍ରଦକ୍ଷଣ ଗୃହ ରେ ପହଂଚିବା ପରେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଜ୍ୟ ଉପସଭାପତି ଟୁଟୁ ଦାସ, ବରିଷ୍ଠ ବିଜେପି ନେତା ତଥା ରାୟଗଡା ଟ୍ରକ ମଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ, କାଳିରାମ ମାଝୀ, ମହିଳା ବିଜେପି ନେତ୍ରୀ ଭୀରୁଡି ଲକ୍ଷ୍ମୀ ଙ୍କ ସମତେ ଶତାଧିକ ବିଜେପି କର୍ମୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଆଜି ସଖାଳୁ ପ୍ରଥମେ ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର କୁ ମା ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବା ସାଙ୍ଗ କୁ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l କିଛି ସମୟ ପାଇଁ ମା ଙ୍କ ମଦିର ଅଫିସ ଠାରେ କିଛି ସମୟ ବିତାଇ ପ୍ରସାଦ ସେବନ କରି ରାୟଗଡା ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପହଂଚିଥିଲେ l ରାଜ୍ୟ ଉପସଭାପତି ଟୁଟୁ ଦାସ ଙ୍କ ସମତେ ବହୁ କର୍ମୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ l ପରେ ପରେ ଜ଼ିଲ୍ଲା ବିଜେପି ଅଫିସ ଠାରେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜ଼ିଲ୍ଲା ର 225 ମଣ୍ଡଳୀ ର କର୍ମକର୍ତା ଯୋଗଦେଇଥିଲେ l ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ପ୍ରଥମେ ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ ପରେ ଜ଼ିଲ୍ଲା ସଭାପତି ପଟ୍ଟନାୟକ ଙ୍କୁ ରାୟଗଡା ଟ୍ରକ ମଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ସମ୍ବର୍ଦ୍ଧନା କରିଥିଲେ l ମନ୍ତ୍ରୀ ନିଜର ବକ୍ତବ୍ୟ ରେ ବିଜେପି ସଦସ୍ୟତା ଅଭିଯାନ ସମ୍ପର୍କ ରେ କହିଥିଲେ l ସ୍ଥାନୀୟ ହାଉସିଂ କଲୋନୀ ଠାରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ଥାନୀୟ ଜି ସି ଡି ପଡିଆ ଠାରେ ସୁଭଦ୍ରା ପ୍ରଚାର ପ୍ରସାର ରଥ ର ଶୁଭାରମ୍ଭ କରିଥିଲେ l ପ୍ରଚାର ରଥ ର ଶୁଭାରମ୍ଭ ପୂର୍ବରୁ ସୁଭଦ୍ରା ଯୋଜନା କଣ ସେ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ l 21 ବର୍ଷ ରୁ ଉର୍ଦ୍ଧ 60ବର୍ଷ ରୁ କମ ପ୍ରତ୍ୟକ ମହିଳା ଙ୍କୁ ବର୍ଷରେ ମହିଳା ଦିବସ ଓ ରାକ୍ଷୀପୂର୍ଣିମା ଦିନ 5 ହଜାର ଲେଖାଏଁ ବର୍ଷ କୁ ଦଶ ହଜାର ଏହିପରି ଆସନ୍ତା, 5 ବର୍ଷ ରେ ପ୍ରତ୍ୟକ ମହିଳା ଙ୍କୁ 50ଟ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ l ଆସନ୍ତା 17 ତାରିଖ ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ରେ ଭୁବନେଶ୍ୱର ଠାରେ ଏହି ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବେ ବୋଲି କହିଥିଲେ l ନିଜ ବକ୍ତବ୍ୟ ରର ମନ୍ତ୍ରୀ କହିଥିଲେ ଜେ ରାୟଗଡା ଜ଼ିଲ୍ଲା ଏକ ଖଣିଖାଦାନ ରର ଭରପୁର ଜ଼ିଲ୍ଲା କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହାର ସଦୁପଯୋଗ ହୋଇପାରୁନାହିଁ l ରାୟଗଡା ଜ଼ିଲ୍ଲା ରେ ଗଛିତ ଖଣିଜ ସମ୍ପଦ କୁ ସଦୁପଯୋଗ କରି ଏହି ଜ଼ିଲ୍ଲା ର ଉନ୍ନତି କରିବା ଆମ ସରକାର ଙ୍କ ଲକ୍ଷ୍ୟ କିନ୍ତୁ ବ୍ୟାପାର କରିବା ସଂ ସରକାର ର ଲକ୍ଷ୍ୟ ନାହିଁ l ମନ୍ତ୍ରୀ ବିଜେପି ଦଳ ର ନେତା କର୍ମୀ ଙ୍କ ଆଲୋଚନା ସମୟରେ କହିଥିଲେ ଜେ ଏହି ଜ଼ିଲ୍ଲା ର ଗୁଡାରି ଠାରେ ବଂଶୀଧାରା ନଦୀରେ ପାଁଇଡଙ୍ଗର ଯୋଜନା କରିଥିଲେ କିନ୍ତୁ କାର୍ଯ୍ୟକାରୀ କରିଲେ ନାହିଁ l ଏହି ଜ଼ିଲ୍ଲା ଟ କେତେକ ନ୍ୟସ୍ତ ସ୍ୱାର୍ଥ ନେତା ମନ୍ତ୍ରୀ ବିଧାୟକ ଏହି ପାଣିଡଙ୍ଗର ଯୋଜନା ପ୍ରତି ଧ୍ୟାନ ଣ ଦେଇ ରାଜନୈତିକ ଫାଇଦା ପାଇଁ ପୋଲାଭରମ ଓ ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଦଳୀୟ ନେତା ଙ୍କ ସହିତ ଆଲୋଚନା କରିବା ର ଶୁଣିବାକୁ ମିଳିଥିଲା l ଆଜିର ଏହିବିଜେପି ଅଫିସ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି ଟି ମୋରଦ, ରାଜ୍ୟସମ୍ପାଦିକା ବିଜେପି ପୁର୍ଣିମା ନାୟକ, କୋରାପୁଟ ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସସଭ୍ୟ କାଁହୁ ଦାସ, ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଁଦୃକା ରାଜ୍ୟ ଓବିସି ର ରାମଚନ୍ଦ୍ର ବେହେରା ମଞ୍ଚସିନ ରହିଥିବା ବେଳେ ପ୍ରତାପ ପୁଆଲା, କାଉନସିଲେର ଵାଣିଶ୍ରୀ, ଅଶ୍ୱନୀ କଞ୍ଚଡା ମଞ୍ଜୁଳା ମିନିୟାକା, ଉମେଶ ଖୋସଲା, ଉପସ୍ଥିତ ରହିଥିଲେ l ଆଜିର ର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସଭାପତି ଟୁଟୁ ଦାସ ମଞ୍ଚ ପରିଚାଳନା କରିଥିଲେ l

ରାୟଗଡା ରୀ ଅମୁଲ୍ୟ ନିଶଙ୍କ. ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.