June 19, 2026

ଉମରକୋଟ ଗୁଲିପାଟଣା ସାହି ରେ ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ……

IMG-20240907-WA0019
Share

 

ଉମରକୋଟ:-(ଏମ୍ ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଗୁଲିପାଟଣା ସାହିର କଳିଙ୍ଗ କଳା ଓ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି।କମିଟି ସଦସ୍ୟ ପୂଜକ ଲକ୍ଷ୍ମୀ ତ୍ରିପାଠୀ ଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଅଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତି ପଦା ଠାରୁ ଅଶ୍ୱିନ ମାସ ବିଜୟା ଦଶମୀ ପର୍ଯ୍ୟନ୍ତ ମା ଦୁର୍ଗା ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁଲିପାଟଣା ପୂଜା ମଣ୍ଡପରେ ନବରାତ୍ରି ପୂଜା କରାଯିବ। ତେଣୁ ଆଗ୍ରହୀ ଭକ୍ତ ପୂଜା କମିଟି ସଭାପତି ସଞ୍ଜୟ ସ୍ୱାଇଁ ଙ୍କ ସହ ଯୋଗା ଯୋଗ କରିବ। ପାଇଁ କମିଟି ପକ୍ଷରୁ ସୁଚନା ଦିଆ ଯାଇଛି। ଚଳିତ ବର୍ଷ ପୂଜା କାର୍ଯ୍ୟରେ ରାମ ମଣିଆ କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଲାଇବେ। ଆଜିର ଶୁଭ ଖୁଣ୍ଟି ସ୍ଥାପନ ସମୟରେ ସଞ୍ଜୟ ସ୍ୱାଇଁ,ସଂଜୀବ ସାହୁ,ଲକ୍ଷ୍ମୀ ପୂଜାରୀ,ପିଣ୍ଟୁ ପ୍ରଧାନ,ଲିଟୁନା ସାହୁ,ଗଣେଶ ପ୍ରସାଦ ରଣା,ବାଲାଜୀ ବେହେରା,ଟୁଲୁ ସାହୁ,ପିଣ୍ଟୁ ମାଝୀ, ଅମିତ କର୍ମକାର, ଗୋବର୍ଧନ ବେହେରା , ଗୋପାଳ ରାଓ, ଝୁନା ପରିଡା, ଟୁନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

You may have missed