September 21, 2024

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ରାଜ୍ୟ ସ୍ତରୀୟ ସମାରୋହ “ପୂଜ୍ୟ ପୂଜା ସମ୍ମାନ… ୨୦୨୪” ରେ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ସମ୍ବର୍ଦ୍ଧିତ……… 

Share

ବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ଠାରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ( ୟୁଟିଆ ) ଆନୁକୁଲ୍ୟରେ ଅନୁଷ୍ଠାନର ତିରିଶିତମ ବାର୍ଷିକ ସମ୍ମିଳନୀ ଓ ” ଗୁରୁ ପ୍ରଣାମ ଉତ୍ସବ ” ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ l ଡ଼. ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ଶ୍ରୀ ବିଭୂତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି, ଓଡିଶା, (ମୁଖ୍ୟ ବକ୍ତା )ଭାବେ ଉପସ୍ଥିତ ଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀ ବାବୁ ସିଂ, ଶ୍ରୀ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ବିଧାୟକତ୍ରୟ, ଭୁବନେଶ୍ୱର ଓ ଡ଼. ଶରତ କୁମାର ବିଶ୍ୱାଳ, ପ୍ରାକ୍ତନ ଗଣଶିକ୍ଷା ନିର୍ଦ୍ଦେଶକ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂଘର ସ୍ମରଣିକା ” ଶିକ୍ଷକ ବାର୍ତ୍ତା “ର ଶୁଭ ଉନ୍ମୋଚନ କରିଥିଲେ l ତତ୍ପରେ ” ଗୁରୁ ପ୍ରଣାମ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଉମରକୋଟ ସିଉନାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ଟୁଟୁବାବୁ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉତ୍ତରୀୟ ପ୍ରଦାନ କରି

” ପୂଜ୍ୟ ପୂଜା ସମ୍ମାନ ୨୦୨୪” ରେ ସମ୍ବର୍ଦ୍ଧିତ କରିଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସକ୍ରିୟ ଭୂମିକା ନିର୍ବାହ କରିଥିଲେ l ଶ୍ରୀ ଟୁଟୁବାବୁ ପଟ୍ଟନାୟକଙ୍କ ଏଭଳି ସଫଳତାରେ ଉମରକୋଟ ଶିକ୍ଷକ ସମାଜ ଓ ବୁଦ୍ଧିଜୀବି ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି l