November 26, 2024

ନ୍ୟାୟ ଦାବି କରି ଶଶୁର ଘର ଆଗରେ ବିଧବା ବୋହୁର ଧାରଣା ..

Share

 

 

ରାୟଗଡା :ରାୟଗଡା ଜିଲ୍ଲା ମୁନିଗୁଡାର ମୁଖ୍ୟ ରାସ୍ତାରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ଗତ ଦୁଇଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣା ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ l ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁ ବରଣ କରିଥିଲେ l ଏହାର କିଛି ଦିନ ପରେ ଚିତ୍ରଲେଖା ଲାଞ୍ଜିଗଡ ସ୍ଥିତ ନିଜ ବାପ ଘରକୁ ନିଜର ୧୪ ଦିନର ଝିଅକୁ ନେଇ ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ବୋହୁ ନିଜ ଅଧିକାର ଦାବିକରି ଲାଞ୍ଜିଗଡ଼,ଗାଙ୍ଗପୁର ଓ ମୁନିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ମୁନିଗୁଡା ଥାନରେ ଘରର ମୂଲ୍ୟାୟନ ହୋଇ ୧୫ଲକ୍ଷ ବୋହୂକୁ ଦେବାକୁ ଶ୍ୱଶୁର କାମରାଜୂ ସ୍ୱାଇଁଙ୍କୁ କୁହାଯାଇଥିଲା। ଯେଉଁଥିପାଇଁ କାମରାଜୂ ସ୍ୱାଇଁ ଥାନା ତରଫରୁ ହୋଇଥିବା ସମସ୍ତ ଆଲୋଚନାରେ ପ୍ରସ୍ତୁତ ହୋଇଥିଲେ l କିନ୍ତୁ ବୋହୁ ଚିତ୍ରଲେଖା ନିଜ ଜିଦରେ ଅଟଳ ରହି ଏହାକୁ ସହଯୋଗ କରିନଥିଲେ। ତେବେ ଇତିମଧ୍ୟରେ ୨ବର୍ଷ ବିତି ଯାଇଥିବା ବେଳେ ଗତ ଦୁଇଦିନ ହେବ ବୋହୁ କାମରାଜଙ୍କ ଘର ଆଗରେ ଧାରଣା ଦେଇ ପୁଣି ଅଧିକାର ଦାବି କରିବା ସହ ଘରେ ରହିବାକୁ ଦାବି କରୁଛନ୍ତି l ଅନ୍ୟପଟେ ଗତ ଦିନରେ ବୋହୁ ମୋତେ ବିଭିନ୍ନ ପ୍ରକାରର ଅପଦସ୍ତ ଓ ବଦନାମ କରି ଦେଇଥିବାରୁ ବୋହୂକୁ ଘରେ ନରଖିବାକୁ ଜିଦି ଧରିବା ସହ ସମସ୍ତ ନିୟମ ଅନୁଯାୟୀ ସମ୍ପତ୍ତି ଦେବାକୁ ରାଜି ଥିବା କହିଛନ୍ତି ଶଶୁର କାମରାଜୂ ସ୍ୱାଇଁ। ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ୧୩ ବର୍ଷ ଧରି ନିଜ ବାପ ଘରେ ରହୁଥିବା ଚିତ୍ରଲେଖା କାହିଁକି ଏବେ ହଠାତ ଶଶୁର ଘର ଆଗରେ ଦୁଇଦିନ ହେଲା ଧାରଣାରେ ବସି ରହି ଘରେ ରହିବାକୁ ଦାବି କରୁଛନ୍ତି ତାହାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର ଧରିଛି l ବହୁର ଏପରି ଘର ସମ୍ମୁଖରେ ଧାରଣାକୁ ନେଇ ଶଶୁର କାମରାଜ ସ୍ୱାଇଁ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତିକରି ପୋଲିସ ବୋହୁ ଚିତ୍ରଲେଖାକୁ ଥାନାକୁ ଡକାଇ ଥିଲେ ବୋହୁ ଚିତ୍ରଲେଖା ଥାନା ଯିବାକୁ ସିଧା ସଳଖ ମନା କରିଦେଇଥିବା ଜଣାପଡିଛି l ଏହି ଘଟଣା ସମ୍ପର୍କରେ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କୁ ପଚାରି ବୁଝିବାରୁ ଏହି ବିଷୟଟି ସିଭିଲ କେଶରେ ଯାଉଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.