April 26, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଦିଦି ନଂ ୧ ରିୟଲଟି ଶୋ ରେ ଚମକାଇଲେ ସସ୍ମିତା ସ୍ବାଇଁ …..

IMG-20240904-WA0036
Share

  ନବରଙ୍ଗପୁର(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ସସ୍ମିତା ସ୍ବାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଭଳି ଉପାନ୍ତ ଅଞ୍ଚଳରୁ ଯାଇ ଭୁବନେଶ୍ବର ଜୀ ସାର୍ଥକ ଟିଭି ରିୟଲଟୀ ଶୋ ଦିଦି ନଂ ୧ ବିଜେତା ହୋଇଛନ୍ତି।ସେ ହେଉଛନ୍ତି ଉମରକୋଟ ପୈାର ପରିଷଦ ର ୱାର୍ଡ ନଂ ୧୩ ଡିଏନକେର ସସ୍ମିତା ଦାଶ।ସସ୍ମିତା ୧୯୯୧ ମସିହାରେ ବ୍ରହ୍ମପୁରର ତୁଳସୀ ନଗରରେ ଜନ୍ମ ଗ୍ରହଣ କରିଥିଲେ। ପରେ ନବରଙ୍ଗପୁର ଠାରେ ପାଠପଢ଼ା କରି ଶାଶୁ ଘର ଉମରକୋଟ ଠାରେ ରହି ବର୍ତ୍ତମାନ ସେ ଉମରକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଅଛନ୍ତି । ସ୍ବାମୀ ମନୋଜ ପାଲ ଜଣେ ବେପାରୀ। ସସ୍ମିତା ଙ୍କ ଗୋଟିଏ ୧୦ ବର୍ଷର ପୁଅ ଅଛି।ସସ୍ମିତା ଗତ ମାସ ଅଗଷ୍ଟ ୨୫ ତାରିଖରେ ଭୁବନେଶ୍ୱର ଠାରେ ହୋଇଥିବା ଜୀ ସାର୍ଥକ ଟିଭି ରୀୟଲଟୀ ଶୋ ଦିଦି ନଂ ୧ ରେ ଭାଗ ନେଇଥିଲେ। ଏହି ରୀୟଲଟୀ ଶୋ ରେ ମୋଟ ୩୦ ଜଣ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ମୋଟ ୧୪ ଜଣ ସେମିଫାଇନାଲରେ ପହଞ୍ଚି ଥିଲେ। ଏହି ୧୪ ଜଣକ ମଧ୍ୟରୁ ମାତ୍ର ୬ ଜଣ ଫାଇନାଲରେ ପହଞ୍ଚି ଥିଲେ। ସସ୍ମିତା ଙ୍କ କହିବାନୁଯାୟୀ ଏହି କାର୍ଯ୍ୟକ୍ରମ ଟି ରାତି ସାରା ଚାଲିଥିଲା। ସମସ୍ତ ଙ୍କୁ ପଛରେ ପକାଇ ଦିଦି ନଂ ୧ ରେ ଯୋଗ୍ୟ ବିବେଚିତ ହୋଇଥିଲେ ସସ୍ମିତା ଦାସ। ସସ୍ମିତା ଙ୍କ ଏହି ସଫଳତା ପାଇଁ ପରିବାର ପରିଜନ, ବନ୍ଧୁ ବର୍ଗ , ସାହି ବାସୀନ୍ଦା ସମସ୍ତଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।