September 21, 2024

ବେଦାନ୍ତ ଆଲୁମିନା ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକର କୀଟ ଦଂଶନ ଜନିତ ମୃତ୍ୟୁ 

Share

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ରକଳ୍ପର କେସ କମ୍ପାନୀରେ କାମ କରୁଥିବା ସମୟରେ ଏକ ବିଷାକ୍ତ ଦଂଶନରେ ଗୋବିନ୍ଦ ଦଣ୍ଡସେନା (40) ନାମକ ଏକ ଶ୍ରମିକର ମୃତ୍ୟୁ ହୋଇ ଯାଇଛି l ତାର ଘର ମୁନିଗୁଡ଼ା ବ୍ଲକ ଏବଂ ଅମ୍ବାଦଲା ଥାନା ଅନ୍ତର୍ଗତ ଦୁରା ଗାଁ ଅଟେ l କାର୍ଯ୍ୟରତ ଅବସ୍ଥାରେ ଏକ କୀଟ ତାର ହାତକୁ କାମୁଡ଼ି ଦେଇଥିଲା l ସେ ଅତିଶୟ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା l ବେଦାନ୍ତ କମ୍ପାନୀ ନିକଟରେ ପରିବାର ଲୋକେ କ୍ଷତିପୂରଣ ଦାବୀ କରିଥିଲେ l ବେଦାନ୍ତ କମ୍ପାନୀ କ୍ଷତିପୂରଣ ବାବଦରେ ସାଢ଼େ ଚାରିଲକ୍ଷ ଟଙ୍କା ଦେଇଥିଲା l ଦୁଇଦିନ ପୂର୍ବରୁ ବେଦାନ୍ତ ଆଲୁମିନା ପ୍ରକଳ୍ପରେ

ବିବିଏଲ କମ୍ପାନୀରେ କାର୍ଯ୍ୟରତ ଅବସ୍ଥାରେ ଛତିକୁଡ଼ା ଗ୍ରାମର ଚୂଡ଼ାମଣି ସାହୁ ନାମକ ଏକ ବ୍ୟକ୍ତିଙ୍କର ସେଇଭଳି କୀଟ ଦଂଶନରେ ଚିକିତ୍ସାଧୀନ ଅବସ୍ଥାରେ ବିଷମକଟକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା l ଏପରି ବିଷାକ୍ତ କୀଟ କେଉଁଠୁ ଆସୁଛି ତାହା ଜଣାପଡୁନାହିଁ l ସମ୍ଭବତଃ କମ୍ପାନୀର ଅନ୍ୟ ସ୍ଥାନରୁ ଯେଉଁ ସବୁ କାର୍ଟୁନ ଓ ପାର୍ସଲ ଆସୁଛି, ସେ ଭିତରେ ଏଭଳି ବିଷାକ୍ତ କୀଟ ଥାଇ ପାରନ୍ତି ବୋଲି ଅନେକେ ସନ୍ଦେହ କରୁଛନ୍ତି l ଶ୍ରମିକମାନେ ସେଠାରେ କାମ କରିବାକୁ ଭୟ କଲେଣି l ତେଣୁ ସତ କଣ, ଲୋକେ ଜାଣିବା ପାଇଁ ଦାବୀ କରନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର