September 21, 2024

ପିସ୍କାପଙ୍ଗାଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର 

Share

 

ରାୟଗଡା :ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗାଗ୍ରାମ ପଞ୍ଚାୟତ ସଭାଗୃହ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ପିସ୍କାପଙ୍ଗା ସରପଞ୍ଚ ଫୁଲମାଇ କ୍ରାଡିକାଙ୍କ ସଭାପତିତ୍ଵରେ ଭାରପ୍ରାପ୍ତ ଜିପିଓ ରାଜେନ୍ଦ୍ର , ବ୍ଲକ ଅଧ୍ୟକ୍ଷ କଇନ କିମ୍ଵାକା , ନିର୍ବାହୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର,ନାଏବ ସରପଞ୍ଚ , ସମିତି ସଭ୍ୟ ଆକୁମାଝୀ ଗୋଗେରେଙ୍ଗା,ଉପସ୍ଥିତି ରେ ଆଜି ଅଭି ଯୋଗ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା।କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଚିନ ହୀଆଲ ପରିଚାଳନା କରିଥିବା ବେଳେ,ଗୋଷ୍ଟି ଶିକ୍ଷା ଅଧିକାରୀ ଗଣେଶ ଶବର, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, କନିଷ୍ଟ ଯନ୍ତ୍ରୀ ଅରୁଣ ସାହୁ, ଯୋଗାଣ ଅଧିକାରୀ ମାନସ ଜେନା, ସାମାଜିକ ସୁରକ୍ଷା ଅଧିକାରୀ ରହିତ କୁମାର ପଣ୍ଡା ଗ୍ରାମ୍ୟ ରାସ୍ତା ବିଭାଗ ଯନ୍ତ୍ରୀ, ଅନିଲ କୁମାର ମଲ୍ଲିକ,ବଳ ରାମ ଟୁଡୁ , ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଶରତ ଚନ୍ଦ୍ର ଟୁଡୁ, ସହକାରୀ କୃଷି ଅଧିକାରୀ ଅର୍ପିତା କୁମାରୀ ମାଝୀ ପ୍ରାଣୀ ଧନ ନିରୀକ୍ଷକ ହେମନ୍ତ ଗୋଗେରେଙ୍ଗା,ଓଡିଶା ଜୀବିକା ମିଶନ ବିପିମ ଶ୍ରବଣ କୁମାର ସିଂ,ଜୀବିକା ମିଶନ ଶକ୍ତି ବିପିସି ଗଜେନ୍ଦ୍ର ନିଶିକା, ଶିଶୁ ବିକାଶ ବିଭାଗ ସୁପର ଭାଇଜର ପ୍ରମିଳା ପାଣି, ତପନ କୁମାର ଦଣ୍ଡସେନା ,କବିର ନାଗ , ଡାଟା ଅପରେଟର ସନ୍ତସ ବୈଦ୍ୟଭୂଷଣ, ବି ଏଫ ଟି ରାଜେଶ କ୍ରାଇସିକା, ଉଦ୍ୟାନ ବିଭାଗ ପ୍ରତୀକ ସେନାପତି ଓ ଅନ୍ୟାନ୍ୟ ଲାଇନ୍ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ଜନସାଧାରଣ ଦ୍ଵାରା ୪୮ଗୋଟି ଅଭି ଯୋଗ ପଞ୍ଜିକରଣ କରା ଯାଇ ଥିଲା। ୧୦ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ବାକି ସାମୁହିକ ଅଭିଯୋଗମଧ୍ୟ ରୁ ପିସ୍କାପଙ୍ଗା ଅପ୍ ଗ୍ରେଡ ଉଚ୍ଚ ବିଦ୍ୟାଳୟରେ ଖେଳ ପଡିଆ, ବାଉଣ୍ଡିରି ୱାଲ୍, ଓ ଅନ୍ୟାନ୍ୟ ଅଭିଯୋଗ, ୱଙ୍ଗନବାଡି ଘର ମରାମତି, ଗେଣ୍ଡାବଜୁ ସ୍କୁଲ ଘର ଛାତ , ରାସ୍ତା ମରାମତି ନେଇ ଅଭିଯୋଗ ହୋଇଥିଲା ।

ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ