September 21, 2024

ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ପାଳନ..

Share

ବୋଲଗଡ଼, ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କର ଅବସର କାଳୀନ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍କୁଲର ଜଣେ ଚ଼ତୁର୍ଥ ଶ୍ରେଣୀ କର୍ମଚାରି ଜାହାଙ୍କର ନାମ ହେଉଛି କାଳୁ ବାହୁବଳେନ୍ଦ୍ର ପିଲାଙ୍କ ସହିତ ସିଏ ଏପରି ଭାବରେ ଚଳୁଥିଲେ ଯେ ପ୍ରତିଟି ପିଲା ତାଙ୍କ କଥା କହୁଛନ୍ତି ଯଦି ପିଲାଙ୍କର କିଛି ଅସୁବିଧା ହେଲା ସାଙ୍ଗେସାଙ୍ଗେ ଯାଇ ପିଲାଙ୍କ ପାଖରେ ପହଞ୍ଚିଥାନ୍ତି ସେଠି ପିଲାଙ୍କର ପରିସ୍ଥିତି ଦେଖି ଡାକ୍ତରଖାନା ପର୍ଯ୍ୟନ୍ତ ନବା ପାଇଁ ପ୍ରୟାସ କରିଥାନ୍ତି କେଉଁ ପିଲାଟି ସ୍କୁଲର ମଧ୍ୟାନ୍ନ ଭୋଜନ ଖାଇଲା କି ନଖାଇଲା ତାହାବି ବୁଝିଥାନ୍ତି ବୋଲି ପିଲାମାନେ କହୁଛନ୍ତି। ଚାକିରୀ ରୁ ଅବସର ନେଇ ଥିବାରୁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମନରେ ଦୁଃଖ ର ଛାୟା ଖେଳିଯାଇଥିଲା ନୂଆ କରି ଆସିଥିବା ଶିକ୍ଷୟତ୍ରି ସୂର୍ଣ୍ଣଲତା ସାହୁଙ୍କୁ ସ୍ୱାଗତ କରାଯାଇଥିଲା ସ୍କୁଲର ପ୍ରଧାନଶିକ୍ଷକ ଅମର କୁମାର ବେହେରା ସଭାକୁ ପରିଚାଳନା କରିଥିଲେ ରିପୋଟର ମାନସ ରଞ୍ଜନ କର