March 12, 2026

ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ

IMG-20240902-WA0047
Share

ପଦ୍ମପୁର : ୨/୯ରିଖ (ଜୟନ୍ତ କୁମାର ସେଠ)ଓଡ଼ିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ ଆନୁକୁଲ୍ୟରେ ନୃସିଂହନାଥ ମନ୍ଦିର ପରିସରରେ ପ୍ରଥମ ମୈତ୍ରୀ ସମ୍ମିଳନୀ ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଶାସ୍ତ୍ର ବିଶାରଦ ପଣ୍ଡିତ କର୍ମକାଣ୍ଡୀ ବିଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି।ଉକ୍ତ ସମ୍ମିଳନୀ ମହାସଭା ପ୍ରାରମ୍ଭରେ ହରିଶଙ୍କରଙ୍କ ନିକଟରେ ବିଶ୍ଵ କଲ୍ୟାଣ ପାଇଁ ରୁଦ୍ରାଭିଶେକ କରାଗଲା ଅନ୍ତେ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବୈଠକ କରାଯାଉଅଛି । ଓଡ଼ିଶାରେ ବ୍ରାହ୍ମଣ ମାନଙ୍କ ସାମ୍ପ୍ରତିକଅବସ୍ଥା,କର୍ମକାଣ୍ଡର ବିଶେଷ ପ୍ରୟୋଗ ସମ୍ବନ୍ଧିତ ଜ୍ଞାନ,ଶାସ୍ତ୍ର, ରାଷ୍ଟ୍ର ନିର୍ମାଣରେ ଜ୍ଞାନ,ଶାସ୍ତ୍ରର ଆବଶ୍ୟକତା ଉପରେ ଆଲୋକ ପାତ କରିବା ସଙ୍ଗେ ସଙ୍ଗେ ଜଗତ କଲ୍ୟାଣରେ ବ୍ରାହ୍ମଣମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଗାଲା । ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଶାସ୍ତ୍ର ବିଶାରଦ ପଣ୍ଡିତ ବ୍ରାହ୍ମଣ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ ଥିଲେ । ସର୍ବସମ୍ମତୀ କ୍ରମେ ମଞ୍ଚର ନିର୍ଦ୍ଧେଶକ ମଣ୍ଡଳୀ (directive Body ) ମୋନାନୀତ କରାଗଲା । ପଣ୍ଡିତ ଶ୍ରୀ ବିନୟ ମିଶ୍ର, ପଣ୍ଡିତ ଶ୍ରୀ ନୀଳମଣୀ ପଣ୍ଡା , ପଣ୍ଡିତ ଶ୍ରୀ ଅଶୋକ କୁମାର ମିଶ୍ର ଙ୍କୁ ମଞ୍ଚର ଉପଦେଷ୍ଠା ମଣ୍ଡଳୀ ଭାବେ ଚୟନ କରାଗଲା । ଏବଂ ପଣ୍ଡିତ ଶ୍ରୀ ସଭାପତି , ପଣ୍ଡିତ ଶ୍ରୀ ବିଶ୍ଵେଶ୍ଵର ଦାଶ ଉପସଭାପତି , ପଣ୍ଡିତ ଶ୍ରୀ ପ୍ରକାଶ କୁମାର ମହାପାତ୍ର ସମ୍ପାଦକ , ପ୍ରଣ୍ଡିତ ଶ୍ରୀ ଅମରେନ୍ଦ୍ର ପଣ୍ଡା ସହ ସମ୍ପାଦକ, ପଣ୍ଡିତ ଶ୍ରୀ ଶାନ୍ତନୁ କୁମାର ଦାଶ କୋଷାଧ୍ୟକ୍ଷ, ପଣ୍ଡିତ ଶ୍ରୀ ଜଗଦୀଶ ମିଶ୍ର ସହ କୋଷାଧ୍ୟକ୍ଷ, ଏବଂ ପଣ୍ଡିତ ଶ୍ରୀ ଦୀପ୍ତି ରଞ୍ଜନ ତ୍ରିପାଠୀ ସଂଯୋଜକ ଭାବେ ସର୍ବସମ୍ମତୀ କ୍ରମେ ଚୟନ କରାଗଲା ।