March 13, 2026

ଅବହେଳିତ ଅବସ୍ଥାରେ ଉମରକୋଟ ଅନ୍ତର୍ଗତ ସିଙ୍ଗସାରି ପ୍ରାଥମିକ ବିଦ୍ୟାଳୟ………

IMG-20240902-WA0007
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଅନ୍ତର୍ଗତ ସିଙ୍ଗସାରି ପ୍ରାଥମିକ ବିଦ୍ୟାଳୟ ଯାହା ୦୫/୦୯/୧୯୬୭ ରେ ସ୍ଥାପିତ ହେଇଥିଲା। ଯାହା ଅଜି ବିଦ୍ୟାଳୟ ଟି ଅତି ଦୟନୀୟ ଅବସ୍ଥାରେ ଅଛି। ଯାହା ବର୍ତ୍ତମାନ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଅଟେ। ଏଠାରେ ହୋଷ୍ଟେଲ ଗୃହ କଥା କହିଲେ ନ ସରେ, ଯାହା କି ଅଧ। ଭାଙ୍ଗି ଯାଇଛି। ପାଣି ର ସମସ୍ୟା କହିଲେ ନ ସରେ, ଦୁଇଟି ନଳକୂପ ଅଛି ମାତ୍ର ଏଥିରୁ ଦୂଷିତ ପାଣି ବ୍ୟବହାର ପାଇଁ ଉପଯୋଗି ନାହିଁ। ଯାହା ଫଳରେ ପିଲା ମାନଙ୍କୁ ପାଣି ପି ବାରେ ଅସୁବିଧା ଯୋଗୁଁ ଅନେକ ସମୟରେ ଦେହ ଅସୁସ୍ଥ ରହିବା ଦେଖିବାକୁ ମିଳୁଛି। ସ୍କୁଲ ରେ ପ୍ରାଚେରି ଅଧା ଭାଙ୍ଗି ଭୁଶୁଡ଼ି ଗଲାଣି ଯାହା ଫଳରେ ପିଲା ମାନେ ଭାଲୁ ଏବଂ ବିଭିନ୍ନ ଜନ୍ତୁ ଭୟରେ ସ୍କୁଲ ରେ ରାତି କାଟୁଛନ୍ତି।

ପ୍ରଚେରି କାନ୍ଥ ଯାହା କି ଦୀର୍ଘ ୧୫ ବର୍ଷ ହେଲା ମରାମତି କରା ଜାଇ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଏବଂ ସ୍କୁଲ କର୍ତୃପକ୍ଷ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ୍ ସ୍କୁଲ ରେ ୩ ଜଣ ଶିକ୍ଷକ, ପାଠ ପଢେଇବା ପାଇଁ ଅସୁବିଧା ର କାରଣ । ଏହି ସମସ୍ୟା ର ସମାଧାନ ପାଇଁ ପୂର୍ବତନ ଜିଲ୍ଲପାଳ, ସ୍ଥାନୀୟ ବି.ଇ.ଓ, ଡି.ଇ.ଓ, ନବରଙ୍ଗପୁର, ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁ ଲିଖିତ ଅଭିଯୋଗ କଲାପରେ ମଧ୍ୟ କିଛି ସୁଫଳ ମିଳି ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଶେଷରେ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି।

ଏବେ ଦେଖିବାକୁ ରହିଲା ସ୍କୁଲ ପ୍ରତି କେବେ ପ୍ରଶାସନ ର ଦୃଷ୍ଟି ପଡ଼ିବ।