September 25, 2026

ରେଲୱେ ଅଣ୍ଡର ବ୍ରିଜ ରାସ୍ତା ମରଣଯନ୍ତା ପାଲଟିଛି ଭବାନୀପାଟଣା

IMG-20240902-WA0004
Share

ରେଲୱେ ଅଣ୍ଡର ବ୍ରିଜ ରାସ୍ତା ମରଣଯନ୍ତା ପାଲଟିଛି ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁଡ଼ିଆଳିପଦର ପଞ୍ଚାୟତ ଦେଇ ଦାଦପୁର ଗ୍ରାମକୁ ଯାଇଥିବା ରାସ୍ତା ମଝିରେ ରେଳୱେ ଅଣ୍ଡର ବ୍ରିଜ ପଡେ ଓ ଏହି ରାସ୍ତା ଦେଇ ଦୈନିକ ଶହ ଶହ ଗାଡି ଯାତାୟାତ କରିଥାଏ। କିନ୍ତୁ ବର୍ଷା ଦିନେ ଏହି ଅଣ୍ଡର ବ୍ରିଜ ରାସ୍ତାରେ ଜଳ ନିଷ୍କାସିତ ହୋଇ ନପାରିବା ଯୋଗୁଁ ସେଠାରେ ପ୍ରାୟ ଦୁଇ ଫୁଟ ଉପରେ ପାଣି ଜମା ରହୁଛି। ରାସ୍ତାରେ ବିଶେଷକରି ଦୁଇ ଚକିଆ ଯାନ ଗଲା ବେଳକୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି ହେଉଛି।

You may have missed