November 26, 2024

ଆଜି ପେଣ୍ଠକଟା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳି ଠାରେ ସ୍ଥାନୀୟ କିଶୋରୀ ବାଳିକା ମାନଙ୍କୁ ନେଇ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇ ଯାଇଛି “ବାଳିକା ପଞ୍ଚାୟତ – ସ୍ୱାଧିନତା ଓ ଅଧିକାର ପାଇଁ ଏକ ଦାବି।”

Share

 

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରୁ ଶ୍ରୀମତୀ ଦେବସ୍ମିତା ମହାପାତ୍ର, ସମଗ୍ର ଶିକ୍ଷା ରୁ ବାଳିକା ଶିକ୍ଷା ସଂଯୋଜକ ଶ୍ରୀ କମଳ କାନ୍ତ ରଥ , ଟୁଇଟର ଏକ୍ଟିଭିଷ୍ଟ ଶ୍ରୀ ବିପିନ ମହାନ୍ତି, ସମାଜ ସେବୀ ଓ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ , ଗାରିମା ପ୍ରକଳ୍ପ ର ସହର ସଂଯୋଜକ ଶ୍ରୀ ରାମଚନ୍ଦ୍ର ସାମଲ, ଗୋପବନ୍ଧୁ ସେବା ପରିଷଦ ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣା ଓ ଜିଲ୍ଲା ସଂଯୋଜିକ ଶ୍ରୀମତୀ ଏଲିନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରକଳ୍ପରେ କାର୍ଯ୍ୟରତ ସୁଶ୍ରୀ ଶୁଭସ୍ମିତା କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଥିଲେ। ପରେ ଶ୍ରୀମତୀ ଏଲିନା ମିଶ୍ର ଅନୁଷ୍ଠାନ ଦ୍ଵାରା ପ୍ରକଳ୍ପ ମାଧ୍ୟମରେ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିଲେ , ପେଣ୍ଠକଟା ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା କୁ ପ୍ରଦର୍ଶିତ କରିବା ପାଇଁ କିଶୋରୀ ବାଳିକା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ପରେ କିଶୋରୀ ବାଳିକା ମାନଙ୍କ ଦ୍ଵାରା ୪ ପ୍ରକାର ମୁଖ୍ୟ ସମସ୍ୟା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ ବିବାହ ଓ ଲିଙ୍ଗଗତ ଭେଦଭାବ ଏବଂ ପରିମଳ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଉପସ୍ଥାପନା କରାଯାଇଥିଲା ଯାହାର ସମାଧାନ ର ପନ୍ଥା ସ୍ୱରୂପ ମନ୍ତବ୍ୟ ଅତିଥି ମାନେ ରଖିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କାରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ମହାରଣା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର କର୍ମକର୍ତ୍ତା ଶ୍ରୀ ବିସ୍ମୟ ମିଶ୍ର ସଂଯୋଜନା କରିଥିଲେ ଓ ଶ୍ରୀମତୀ ନିବେଦିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed