June 13, 2026

ମହିଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଦ୍ଵିଦିବସୀୟ ଜାତୀୟ ସେବା ସଂସ୍ଥା ପ୍ରଶିକ୍ଷଣ ଶିବିର ଉଦଯାପିତ 

IMG-20240901-WA0003
Share

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଦଶଟି ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଦୁଇଦିନ ଧରି ସଡ଼କ ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ସହାୟତା ସଂପର୍କରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ଵାରା ସରକାରୀ ମହିଳା ମହାବିଦ୍ୟାଳୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ଆୟୋଜକ ସରକରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ସଭାପତିତ୍ଵ କରି ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ସମାଜସେବୀ ଡ. ରାଜକୁମାର ବଡ଼ପଣ୍ଡା ସମାଜ ପାଇଁ ସେବାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଏନ୍ ଏସ ଏସ ଅଧିକାରୀ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଦୁଇଦିନିଆ ତାଲିମ ଶିବିରର କାର୍ଯ୍ୟସୂଚୀ ସମ୍ପର୍କରେ ଶିବିରାର୍ଥୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସତ୍ୟନାରାୟଣ ଠାକୁର ଅତିଥି ପରିଚୟ ପ୍ରଦାନ କରିଥିବା ବେଳ ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଯୋଗେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦୁଇଦିନ ବ୍ୟାପି ଚାଲିଥିବା ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷକ ଭାବରେ ଡ.ରାଜାରାମ ଷଡଙ୍ଗୀ, ଡ. ନୟନ ରାଜ ଅଗ୍ରୱାଲ, ଡ. ଗୀତା ଚୋବେ, ଡ ସଂଜୀବ ପଣ୍ଡା, ଡ ଉମାକାନ୍ତ ନାଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦାଶ ଯୋଗଦାନ କରି ସଡକ ନିରାପତ୍ତା ଓ ପ୍ରାଥମିକ ଚିକିତ୍ସା ଉପରେ ଜୀବନ୍ତ ପ୍ରଦର୍ଶନ ଏବଂ ପିପିଟି ପ୍ରଦର୍ଶନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସମ୍ବଲପୁର ମହିଳା ମହାବିଦ୍ୟାଳୟ, ଏନଏସସିବି ମହାବିଦ୍ୟାଳୟ,ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ଓଡ଼ିଶା ହୋମିଓପାଥି ମହାବିଦ୍ୟାଳୟ, ହୀରାକୁଦ ମହାବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରୀକ ବିଶ୍ଵବିଦ୍ୟାଳୟ, ବୁର୍ଲା ଏନଏସସି ମହାବିଦ୍ୟାଳୟ, ଝାଡେଶ୍ଵରୀ ମହାବିଦ୍ୟାଳୟ ଧମା, ପାର୍ବତୀ ଗିରି ମହାବିଦ୍ୟାଳୟ ମହୁଲପାଲି, ସୁରଜମଲ ମହାବିଦ୍ୟାଳୟ, ରମ୍ପେଲାର ଏକଶହ ସ୍ଵେଚ୍ଛାସେବୀ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଏନ ଏସ୍ ଏସ୍ ସଂଯୋଜକ ଡ. ଅତୁଳ କୁମାର ପ୍ରଧାନ ଯୋଗଦାନ କରି ମୁଁ ନୁହେଁ ଆମେର ମହତ୍ଵ ସ୍ଵେଛାସେବୀ ମାନଙ୍କୁ ବୁଝାଇଥିଲେ । ଦୁଇଦିନର କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ପଣ୍ଡା, ଶାନ୍ତନୁ କୁମାର ପ୍ରଧାନ, ସତ୍ୟନାରାୟଣ ଠାକୁର, ଶ୍ଵେତାଲୀନା ତୀର୍କୀ, ସନ୍ଧ୍ୟାମୟୀ ସାହୁ, ଶ୍ରାବଣୀ ମିଶ୍ର ଓ କେ ମାଧୁରୀ ଆର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

You may have missed