November 15, 2024

ପୂର୍ବତନ ମୁଖ୍ଯମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ଯଙ୍କ 106 ତମ ଜୟନ୍ତୀ ପାଳନ..

Share

ଗଞ୍ଜାମର ଅନ୍ଯତମ ବରପୁତ୍ର ,ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ଯଙ୍କ 106ତମ ଜୟନ୍ତା ଉତ୍ସବ ସ୍ଥାନୀୟ ଆସ୍କା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ଯ ସ୍ମୃତି ପୌରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗଞ୍ଜାମ ବିକାଶ ମଞ୍ଚ ତରଫରୁ ପାଳନ କରାଯାଇଛି।ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏକ ଉତ୍ସବରେ ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ଯ ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ଆଚାର୍ଯ୍ଯଙ୍କ ସଂସ୍କାର ଧର୍ମୀ କାର୍ଯ୍ଯ ଧାରା,ସରଳତା ଓ ନିରାଡମ୍ବର ଜୀବନ ଚର୍ଯ୍ଯା ଉପରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନେ ସେଇ ପଦାଙ୍କ ଅନୁସରଣ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ବରିଷ୍ଠ ଶିକ୍ଷକ ତଥା ଓଷ୍ଟାର ପୂର୍ବତନ ସଂପାଦକ କାମରାଜୁ ମହାରଣା ଶିକ୍ଷକ ସଂଗଠନ ଓଷ୍ଟା ଓ ମହାସଂଘ ଗଠନରେ ସ୍ବର୍ଗତ ଆଚାର୍ଯ୍ଯଙ୍କ ଅବଦାନ ଓ ସଂଶ୍ଳିଷ୍ଟତା ମନେପକାଇ ସମସ୍ତଙ୍କୁ ଅବଗତ କରାଇ ଥୂଲେ।ଅନ୍ଯତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ନବୀନ ର ସଂପାଦକ ରବି ରଥ ମୁଖ୍ଯମନ୍ତ୍ରୀ ପଦବୀ ଅଳଙ୍କୃତ କରି ମଧ୍ଯ ସ୍ବର୍ଗତ ଆଚାର୍ଯ୍ଯଙ୍କ ସରଳ ତଥା ନିରାଡମ୍ବର ଜୀବନ ସହ ଦୁର୍ନୀତିଶୂନ୍ଯ କାର୍ଯ୍ଯ ଓ ସମାଜ ସେବାର କିଛି ଉଦାହରଣ ଦେଇଥିଲେ।ରାଜ୍ଯ ସରକାର ତାଙ୍କର ସ୍ମୃତି ରକ୍ଷାପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁଁ ଉଦ୍ ବେଗ ପ୍ରକାଶ କରିଥିଲେ।ବ୍ରହ୍ମପୁର ସହର ଗେଟ୍ ବଜାର ଛକ ଠାରୁ ଫାଷ୍ଟ ଗେଟ ରାସ୍ତାକୁ ବିନାୟକ ଆଚାର୍ଯ୍ଯ ମାର୍ଗ କରିବା ପାଇଁ ଏବଂ ଭୁବନେଶ୍ଵର ଠାରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିଟିଏ ସ୍ଥାପନ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା।ଅନ୍ଯମାନଙ୍କ ମଧ୍ଯରେ ପ୍ରଧାନ ଶିକ୍ଷକ ଭଗବାନ ନାୟକ, ସମାଜ ସେବୀ ଟି.ଗୋପୀ,ସିମାଞ୍ଚଳ ସାହୁ ମଞ୍ଚାସୀନ ଥିଲେ।ସ୍ବର୍ଗତ ଆଚାର୍ଯ୍ଯଙ୍କ ଘନିଷ୍ଠ ସହଯୋଗୀ ସିମାଞ୍ଚଳ ସାହୁ,ଅଳକ ମିଶ୍ର, ପ୍ରଦୀପ ସାହୁ,ମାନସ ରଞ୍ଜନ ତ୍ରିପାଠୀ,ସଂଜୀବ ପଟ୍ଟନାୟକ ,ଆଦିତ୍ୟ ରଥ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।

ଶେଷରେ ମଞ୍ଚ ଉପଦେଷ୍ଟା ଆଡଭୋକେଟ ଡଃ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।