ଅସ୍ତରଙ୍ଗ ରେ, 78ତମ ସ୍ବାଧିନତା ଦିବସ ପାଳିତ

IMG-20240816-WA0014
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ 78ତମ ସ୍ବାଧିନତା ଦିବସ ଗୁରୁବାର ଦିନ ମହାସମାରୋହରେ ପାଳିତ ହୋଇ ଯାଇ ଅଛି । ସେହିଦିନ ସକାଳେ ପ୍ରବଳ ବର୍ଷା ହୋଇ ଥିଲେ ମଧ୍ୟ, ସ୍କୁଲ,କଲେଜ,ବିଭିନ୍ନ ସରକାରୀ ଓ ବେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସ୍ଵାଧୀନତା ଦୀବସ ପାଳନରେ କିଛି ଫରକ୍ ପଡ଼ି ନ ଥିଲା। ସେହିଦିନ ସକାଳ 7ଘଟିକା ସମୟର ଅସ୍ତରଙ୍ଗ ବନ ବିଭାଗ ତରଫରୁ ଯାହାନିଆଁ ଫରେଷ୍ଟ କାର୍ଯ୍ୟାଳୟ ଠାରେ ଫରେଷ୍ଟର କାଳି ଚରଣ ମହାନ୍ତି,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ବନରକ୍ଷୀ ସୋନାଲି ସାହୁ,ଙ୍କ ସମେତ ବନ ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ,ବ୍ଲକ ଠାରେ ବି ଡି ଓ ସୁଶ୍ରୀ ସୁଭସ୍ମିତା ବେହେରା,ତହସିଲ ଠାରେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ମେଡିକାଲ ଠାରେ,ଡକ୍ଟର ସଞ୍ଜୟ ପ୍ରଧାନ,ଥାନା ଠାରେ,

ରାଜେଶ କୁମାର ବଳିଆରସିଂ,କଂଗ୍ରେସ କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ସୁକାନ୍ତ ମହାନ୍ତି,ବି ଜେ ଡି କାର୍ଯ୍ୟାଳୟ ପକ୍ଷରୁ ସଭାପତି କେଦାର ନାଥ ବିଶ୍ଵାଳ,ଆଦି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ସବୁଜ ଶାଖା,ଅସ୍ତରଙ୍ଗ ହାଇ ସ୍କୁଲ୍,ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର୍, ପାଟଳଦା ହାଇସ୍କୁଲ,ବେଳାଭୂମି ହାଇ ସ୍କୁଲ୍, ଶିଶୁ ମନ୍ଦିର ଅସ୍ତରଙ୍ଗ , ଅସ୍ତରଙ୍ଗ କଲେଜ,ଆଦି ଗୁଡିକରେ ଜାତୀୟ ପତାକା ଉଡିବା ସହ , ବହୁ ଅନୁଷ୍ଠାନ ରେ ନାଚ ଗୀତର ଆଶାର ଅନୁଷ୍ଠିତ ହୋଇ ଜାଇ ଅଛି।

ଦୁଃଶାସନ ନାୟକ,ଅସ୍ତରଙ୍ଗ