ଆଜର ଖବର
*╭───────────────────╮*
*🌄ସକାଳର ଖବର, ୦୮-ମାର୍ଚ୍ଚ-୨୦୨୩, ବୁଧବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ରଙ୍ଗର ପର୍ବ ହୋଲି, ଭକ୍ତଙ୍କ ସହ ଭଗବାନଙ୍କର ହେବ ରଙ୍ଗ ଖେଳ, ଦୋଳ ମେଳଣରେ ଦୁଲୁକିବ ଗାଁ ଦାଣ୍ଡ l
➡️୨-ପବିତ୍ର ଦୋଳପୂର୍ଣ୍ଣିମାରେ ଫଗୁର ରଙ୍ଗରେ ରଙ୍ଗେଇ ହେଲେ ମହାପ୍ରଭୁ । ଘଣ୍ଟ ଘଣ୍ଟା, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର ପରିବେଶ । ଭକ୍ତ ଭଗବାନ ହେଲେ ଏକାକାର l
➡️୩-ଏଣିକି କୌଣସି ଡିଗ୍ରୀ ନକରି ଓପନ ୟୁନିଭର୍ସିଟିରୁ ପାଇଥିବା ପିଜି ସାର୍ଟିଫିକେଟ୍ ମାନ୍ୟ ହେବ ନାହିଁ, ଏ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ରାୟ l
➡️୪-ରାଜଧାନୀରେ ପୋଲିସ୍ର ଧରପଗଡ, ରଙ୍ଗ ଦୋକାନରୁ ଜବତ କଲା କେମିକାଲ ଅପମିଶ୍ରିତ ରଙ୍ଗ l
➡️୫-ହୋଲିରେ ହେବନି ବର୍ଷା। ରାଜ୍ୟ ଆକାଶ ରହିବ ମେଘମୁକ୍ତ। ଭିଜିବନି ବରଂ ଭଲରେ କଟିବ ହୋଲି। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ।
➡️୬-ଏଣିକି ଆଉ ଯାତ୍ରାରେ ଚଳିବନି ଅଶ୍ଳୀଳତା-ନଗ୍ନତା-ଅଙ୍ଗ ପ୍ରଦର୍ଶନ କିମ୍ବା ଦ୍ୱିଅର୍ଥ ବୋଧକ ଶବ୍ଦl
➡️୭-ଚାକିରି ବଦଳରେ ଜମି ଦୁର୍ନୀତି ମାମଲାର ତଦନ୍ତ ସଂପର୍କରେ ଚାରି ଘଣ୍ଟା ଜେରା କଲା ସିବିଆଇ, ରେକର୍ଡ ହେଲା ଭିଡିଓ l
➡️୮-ଶିମିଳିପାଳରେ ବଢୁଛି ବନାଗ୍ନି; ୪୦ଟି ନୂଆ ଫାୟାର ପଏଣ୍ଟ ଚିହ୍ନଟ, ୧୯୯ କର୍ମଚାରୀ ସହ ୨୩୫ ସ୍ଥାନୀୟ ଲୋକେ ନିଆଁ ଲିଭାରେ ନିୟୋଜିତ l
➡️୯-ନିଲାମ ହେଲା ରାଜ୍ୟର ୨ ଖଣି: ୨,୨୫୦ କୋଟି ପୁଞ୍ଜିନିବେଶ ସମ୍ଭାବନା, ୨୦,୨୮୦ ଲୋକଙ୍କ ପାଇଁ ମିଳିବ ନିଯୁକ୍ତି ସୁଯୋଗ l
➡️୧୦-ଆଞ୍ଚଳିକ ଭାଷାର ସିନେମାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହେବ ତରଙ୍ଗ ସିନେ ଫ୍ଲିକ୍ସ । ଏହା ଆସନ୍ତା ୧୧ ଏବଂ ୧୨ ଦୁଇ ଦିନ ଧରି ଚାଲିବ l ଏଥିରେ ଭାରତର ୧୦ଟି ଆଞ୍ଚଳିକ ଭାଷାରେ ସିନେମା ପ୍ରଦର୍ଶିତ ହେବ ।
➡️୧୧-ଆସନ୍ତା ମାର୍ଚ୍ଚ ୨୦ରେ ନୂଆ ପରିସରରେ କାର୍ଯ୍ୟାରମ୍ଭ କରିବ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ l
➡️୧୨-ହୋଲି ଅବସରରେ ରାଜଧାନୀ ଦିଲ୍ଲୀରେ ମଦ ବିକ୍ରି ରେ ହେଲା ରେକର୍ଡ l ରବିବାର ଓ ସୋମବାର ଦୁଇ ଦିନରେ ପ୍ରାୟ ୪୦ ଲକ୍ଷ ମଦ ବୋତଲ ଲୋକେ କିଣିନେଇଛନ୍ତି।
➡️୧୩-ବାଂଲାଦେଶ ରାଜଧାନୀ ଢାକାର ଏକ ବିଲ୍ଡିଂରେ ବିସ୍ପୋରଣ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ହେଲେ ଆହତ l
➡️୧୪-କେରଳ ରେ ଏଣିକି ସମସ୍ତ ଛାତ୍ରୀଙ୍କୁ ମିଳିବ ୬ ମାସର ମାତୃତ୍ୱ ଛୁଟି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଶ୍ୱବିଦ୍ୟାଳୟ ନେଲା ବଡ଼ ନିଷ୍ପତ୍ତି l
➡️୧୫-୭୦ ଟ୍ରେନିଂ ବିମାନ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଚଏଏଲ ମଧ୍ୟରେ ହେଲା ଚୁକ୍ତି l ବାୟୁସେନା ଏହି କ୍ରୟ ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ।
➡️୧୬-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଆସନ୍ତା ୧୩ ଯାଏ ଗିରଫଦାରୀରୁ ସୁରକ୍ଷା ପାଇଲେ ଇମ୍ରାନ ଖାନ l
➡️୧୭-ଗତ ମାସରେ ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ କେବଳ ତୁର୍କୀ ୧୦୦ ବିଲିୟନ ଡଲାରରୁ ଅଧିକ ହେଲା କ୍ଷତି l
➡️୧୮-ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ୪ର୍ଥ ଟେଷ୍ଟ ମ୍ୟାଚ l ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ କ୍ରିକେଟ ଦଳ ୨-୧ରେ ଆଗୁଆ ରହିଛି।
➡️୧୯-ହୋଲିରେ ଝୁମିଲା ଟିମ୍ ଇଣ୍ଡିଆ, ବସ୍ରେ ରଙ୍ଗ ଲଗାଇ ଖୁବ୍ ମସ୍ତି କଲେ ଖେଳାଳି l ଖେଳାଳିମାନେ ଟିମ୍ ବସ୍ରେ ପରସ୍ପରକୁ ରଙ୍ଗ ଲଗାଇ କଲେ ହୋଲି ପାଳନ l
➡️୨୦-ମାର୍ଚ୍ଚ ୧୯ ତାରିଖରୁ ହକି ଇଣ୍ଡିଆ ପକ୍ଷରୁ ଆରମ୍ଭ ହେବ ଜୋନାଲ ଚାମ୍ପିଅନସିପ୍ l ଏଥିରେ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ତାଲିମ ଦିଆଯିବ।
*ପବିତ୍ର ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ହୋଲିର ରଙ୍ଗ ସମସ୍ତଙ୍କ ଜୀବନରେ ଆନନ୍ଦ, ସୁଖ ଓ ସମୃଦ୍ଧି ଆଣିଦେଉ , ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା “ଆକାଶ” ll*
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଆନ୍ତର୍ଜାତୀୟ ମହିଳା ଦିବସ ll*
*🔅ଆଜି ଜାତୀୟ ଧୂମପାନ ମନା ଦିବସ ll*
*🔅ଆଜି ବିଶ୍ୱ ଗଣିତ ଦିବସ ll*
*🔅ଆଜି ମିଳିତ ଜାତିସଂଘର ମହିଳା ଅଧିକାର ଏବଂ ଆନ୍ତର୍ଜାତୀୟ ଶାନ୍ତି ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*