April 16, 2025

ଦେବୀ ନଦୀରେ ଭାସିଯାଇ ଯୁବକ ନିଖୋଜ ।

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ତାଳଦା ଗ୍ରାମପଞ୍ଚାୟତ ର ଏଡବାଂଶ ଗ୍ରାମରେ ଘଟିଛି ଏକ ଅଘଟଣ। ମଙ୍ଗଳବାର ଦିନ ରାତ୍ର ଏଗାର ଘଟିକା ସମୟ ରେ ସେହି ଗ୍ରାମର ଶରତ ସେନାପତି ଙ୍କ ପୁଅ ଆଶିଷ କୁମାର ସେନାପତି( ୨୬) କୌଣସି କାରଣ କୁ ନେଇ ଗ୍ରାମ ନିକଟରେ ଥିବା ଦେବୀ ନଦୀକୁ ଯାଇ,ନଦୀ କୂଳରେ ତାର ଚପଲ ଓ ଗାମୁଛା ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ବର୍ତ୍ତମାନ ଦେବୀ ନଦୀ ରେ ବନ୍ୟା ସହ ପ୍ରଖର ସ୍ରୋତ ଥିବାରୁ ରାତ୍ରର ଘନ ଅନ୍ଧାର ଭିତରେ କେଉଁ ଆଡ଼େ ଆଶିଷ କୁ ସ୍ରୋତ ଭସାଇ ନେଇ ଜାଇଥିବାର ଜଣା ପଡ଼ିଛି। ପୁତ୍ର ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରି ନ ପାଇବାରୁ ବୁଧବାର ଦିନ ପୁଅର ନିଖୋଜ ବିଷୟ ରେ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରି ଥିବାରୁ , ଅସ୍ତରଙ୍ଗ ଥାନା ଆଇ ଆଇ ସି, ରାଜେଶ କୁମାର ବଳିଆରସିଂ ନିଖୋଜ ତଥା ଭାସିଯାଇଥିବା ମୃତ ଯୁବକ ର ସନ୍ଧାନ ନିମନ୍ତେ ତଦନ୍ତ ଜାରି ରଖିଛନ୍ତି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ