June 1, 2025

ବ୍ଲକ ସ୍ତରୀୟ ଜୁନିୟର ରେଡ୍ କ୍ରସ ଏକଦିବସୀୟ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ..

Share

           ଉସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟ ଠାରେ ଜୟପୁର,କୋରାପୁଟ ଓ ସେମିଳିଗୁଡା ବ୍ଲକର ଜୁନିୟର ରେଡକ୍ରସ ଏକଦିବସୀୟ ପରାମର୍ଶ ଦାତା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସର ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଥା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳକ ଶ୍ରୀଯୁକ୍ତ ଅବନୀ କାନ୍ତ ଭୂୟାଁ , ମୁଖ୍ୟବକ୍ତା ଭାବେ ରାଜ୍ୟ କନିଷ୍ଠ ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ,ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୁବ ରେଡ କ୍ରସ୍ ର ଆବାହକ ଲୋପାମୁଦ୍ରା ସ୍ୱାଇଁ ,କୋରାପୁଟ ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜାନୀ ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭୀମ ବେହେରା, କୋରାପୁଟ ଜିଲ୍ଲା ଜୁନିୟର୍ ରେଡ କ୍ରସ ଅଧିକାରୀ ଯଜ୍ଞେଶ୍ୱର ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ଦାଶ ଯୋଗଦେଇ ରେଡ କ୍ରସ୍ ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଡାଟା ବେଶ ଏବଂ ରେଡ କ୍ରସର ବିଭିନ୍ନ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା । ତତ୍ପରେ ଜୁନିୟର ମାନଙ୍କଦ୍ୱାରା ଉଦ୍‌ବୋଧନୀ ସଂଗୀତ ଗାନ କରାଯାଇଥିଲା। ଜିଲ୍ଲା ସାଧନ କର୍ମୀ ଜ୍ୟୋତି ରଞ୍ଜନ ନନ୍ଦ ସ୍ଵାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ପ୍ରାୟ ୮୦ ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଜିଲ୍ଲା ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ୱର ପଣ୍ଡା ରେଡକ୍ରସର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଇତିହାସ ଉପରେ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ସାଧନ କର୍ମୀ ସୁଜିତ କୁମାର ନାୟକ ପ୍ରାକୃତିକ ବିପର୍ଯ୍ୟୟ ଓ ବିପତ୍ତି ଉପରେ ଆଲୋକପାତ କରିଥିଲେ। ପରେ ପରେ ସାଧନ କର୍ମୀ ହରେକୃଷ୍ଣ ମହାରଣା, ଜ୍ୟୋତିରଂଜନ ନନ୍ଦ ଓ ସପନ କୁମାର ଦୀକ୍ଷିତ ପ୍ରାଥମିକ ଚିକିତ୍ସା ଜୀବନ ରକ୍ଷା ଉପରେ ଅବଗତ କରାଇଥିଲେ। ଅନ୍ତିମରେ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଯଜ୍ଞେଶ୍ଵର ପଣ୍ଡାଙ୍କୁ କୋରାପୁଟ ଜିଲ୍ଲା ଜୁନିୟର ରେଡ କ୍ରସ ସୋସାଇଟି ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଧନ କର୍ମୀ ସାହେଦା ପରୱିନ, ଶୁଭସ୍ମିତା ସାହୁ, ବ୍ଲକ ସଂଯୋଜକ ଗୋରାଚାନ୍ଦ ତ୍ରିପାଠୀ, ବାଳକୃଷ୍ଣ ଷଡ଼ଙ୍ଗୀ,ତପନ କୁମାର ପରିଡ଼ା ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେଡ କ୍ରସର ଆଜୀବନ ସଦସ୍ୟ ସେଖ ଇବ୍ରାହିମ ଏବଂ ଶ୍ରୀଯୁକ୍ତ ଦିଲ୍ଲୀପ ସାମନ୍ତରାୟ ଏବଂ ଜୁନିୟର ଅଧିକାରୀ ନବରଙ୍ଗପୁର ଶ୍ରୀଯୁକ୍ତ ନାରାୟଣ ପାଇକରାୟ ଉପସ୍ଥିତ ଥିଲେ ।

କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା

You may have missed