October 5, 2024

ସ୍ୱାଧୀନତା ତ 77 ବର୍ଷପରେ ମୌଳିକ ସୁବିଧା ରୁ ବଞ୍ଚିତ ଆଡା ଗ୍ରାମ ବାସି 

Share

ରାୟଗଡା : ଭାରତ ସ୍ୱାଧୀନ ହୋଇ 77 ବର୍ଷ ବିତିଗଲା ଆଉ ଅଳ୍ପ ଦିନପରେ 78 ତମ ସ୍ୱାଧୀନତା ଦିବସ ପାଳନ କରିବା କୁ ଯାଉଛି କିନ୍ତୁ ଦୁଃଖ ର ବିଷୟ ଗୁଡାରି ବ୍ଲକ ର ଶିରୀଗୁଡା ପଂଚାୟତ ର ଆଡା ଗ୍ରାମ ଅବହେଳିତ ଅବସ୍ଥାରେ ପଡିରହିଛି l ଏହି ଗ୍ରାମ କୁ ଆଖିରେ ଦେଖିଲେ ବିଶ୍ୱାସ କରିହେବ lଏହି ଗାଁ ରେ ସର୍ବ ମୋଟ ୩୦ ପରିବାର ବସ ବାସ କରନ୍ତି ଶିରିଗୁଡା ଠାରୁ ମାତ୍ର ୩ କି.ମି ଏହି ଗାଁ ରେ ସ୍ଵାଧୀନ ହୋଇ 77 ବର୍ଷ ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯେ କୌଣସି ଏହି ସମୟରେ ଅନେକ ଲୋକ ବିଭିନ୍ନ ରୋଗରେ ଶିକାର ହେଉଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି ରାସ୍ତାର ସମସ୍ୟା ଯୋଗୁଁ ଯାନବାହାନ କିମ୍ବା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରିବ ନାହିଁ। ରାସନ ସାମଗ୍ରୀ ଆଣିବା ପାଇଁ କାଦୁଅ ରାସ୍ତାରେ ଯିବା ଆସିବା କରିଥାନ୍ତି l ସରକାର ଙ୍କ ବିଭିନ୍ନ ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପ୍ରଧାନମନ୍ତ୍ରୀ ଆବାସ ଏହି ପରି ବହୁ ସୁବିଧା ପହଂଚିବା କଷ୍ଟକର l ଗ୍ରାମବାସି ଏହି ନେଇ ଜ଼ିଲ୍ଲା ତଥା ବ୍ଲକ ପ୍ରଶାସନ ବିଧାୟକ, ମନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ମଧ୍ୟ୍ୟ କିଛି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସରକାର ଙ୍କୁ ଦାବି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ବିଭାଗ ଦୃଷ୍ଟି ଦେଉନଥିବା ଜନ ଜାଗରଣ ମଞ୍ଚ ଲୋକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି l ଜ଼ିଲ୍ଲାପାଳ ଆଡା ଗ୍ରାମ ପ୍ରତି ଦୃଷ୍ଟି ଦେବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ