May 14, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଦର୍ଶନୀୟ ସ୍ଥାନ, ପୋଡାଗଡ ର ଦୁର୍ଦଶା…..

IMG-20240726-WA0006
Share

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ପୋଡାଗଡ ପାହାଡି ଅଂଚଳ ଏବେ ଅଗମ୍ୟ ଅପହଞ୍ଚ ହୋଇଯାଇଛି. ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଂଚଳ ଏବେ କାଠ, ବାଲି, ପଥର ମାଫିଆ ଓ ଶିକାରୀଙ୍କ କବଳରେ.ଏହାର ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ବିପର୍ଯ୍ୟସ୍ତ ଅବସ୍ଥାରେ. ଏଠାରେ ଅବସ୍ଥିତ ପଥର କର୍ଷର ପୋଡାଗଡ ଅଂଚଳ ପାଇଁ ଏବେ ବଡ ଦୁଃଖର କାରଣ ହୋଇଛି. ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରୀଯାନ କର୍ଷରକୁ ମାଲ ପରିବହନ କରୁଥିବାରୁ ଏହି ଅଂଚଳକୁ ସଂଯୁକ୍ତ ମୁଖ୍ୟ ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି. ନିକଟ ଅତୀତରେ ବହୁ ଜୀବନ ମୃତାହତ ହୋଇଛି. ଭଣ୍ଡାରୀଗୁଡା ଉଚ୍ଚ ବିଦ୍ୟାଳୟ ଓ କଲେଜକୁ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗେଇ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି. କେବଳ ଭଣ୍ଡାରୀଗୁଡା ନୁହେଁ ପୋଡାଗଡ ଅଂଚଳ ଅନ୍ତର୍ଗତ ରାଜପୁର, ସିଙ୍ଗିସାରୀ, କାରାଗାଁ, ବେନୋରା, ସିଲାଟି ପଂଚାୟତର ଅଧିବାସୀ ଏହି ରାସ୍ତା ଦେଇ ଦୈନିକ ଯିବା ଆସିବା କରୁଥିବାରୁ ଘୋର ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି.ଏହି ରାସ୍ତାରେ ଭାରୀଯାନ ଚଳା ଚଳ କଟକଣା କରିବା ସହ ରାସ୍ତା ମରାମତି ଓ ପଥର, କାଠ, ବାଲି ମାଫିଆଙ୍କ କବଳରୁ ଦର୍ଶନୀୟ ସ୍ଥାନ ପୋଡାଗଡକୁ ରକ୍ଷା କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି. ପ୍ରଶାସନ ଏଥିପ୍ରତି ଯଥାଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜନଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ସ୍ଥାନୀୟ ଅଧିବାସୀ ଶ୍ୱର ଉତ୍ତୋଳନ କରିଛନ୍ତି।