October 5, 2024

ବିଶ୍ବ ଲୁଣା ଜଙ୍ଗଲ ଦିବସ ପାଳିତ ..

Share

 

ଅସ୍ତରଙ୍ଗ,,ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ ,ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଗୁରୁବାର ଦିନ ବିଶ୍ବ ଲୁଣା ଜଙ୍ଗଲ ଦିବସ ପାଳିତ ହୋଇ ଜାଇ ଅଛି । ଏହି ଉପଲକ୍ଷେ ,ଅସ୍ତରଙ୍ଗ ରେଞ୍ଜ ତରଫରୁ ସମୁଦ୍ର ଓ ନଦୀ ତଟ ବର୍ତ୍ତି ଛ ଗୋଟି ଗ୍ରାମ ମାନଙ୍କରେ ଲୁଣା ଜଙ୍ଗଲ ତଥା ହେନ୍ତାଳ, କେରୁହଁ, ବନି ଆଦି ଜଙ୍ଗଲ ର ସୁରକ୍ଷା ଉପରେ ନାଚ ଗୀତ ମାଧ୍ୟମରେ ସଚେତନତା ସୃଷ୍ଠି କରା ଯାଇଥିଲା । ବିଶେଷ କରି ଏହି ସବୁ ଜଙ୍ଗଲ ରହିବା ଦ୍ବାରା, ମୁର୍ତିକା ସଂରକ୍ଷଣ୍,ମାଛ କଙ୍କଡ଼ା ବୃଦ୍ଧି,ସମୁଦ୍ର କୂଳ ଗ୍ରାମ ଗୁଡିକରେ ସୁରକ୍ଷା ବସତି ସ୍ଥାପନ, ଜୈବ ବିବିଧତା ବା ତାପ ମାତ୍ରା ହ୍ରାସ,ସାମୁଦ୍ରିକ ପବନ ର ବାରେଣୀ ଆଦି ଭଳି ,ଲୁଣା ନଦୀ ତଟରେ ସୃଷ୍ଠି ହୋଇଥିବା ଏହି ଜଙ୍ଗଲ ର ମୂଳ ଲକ୍ଷ ବୋଲି ଜଣା ପଡିଛି । ଏହି ସବୁ ଲୁଣା ଜଙ୍ଗଲ ନଦୀ ପଠାରେ ମାନଙ୍କରେ ଆପେ ଆପେ ସୃଷ୍ଠି ହୋଇଥିବା ବେଳେ,ଜଙ୍ଗଲ ବିଭାଗ ମଞ୍ଜି ସଂଗ୍ରହ ସହ,ଚାରା କରି ଖାଲି ପଡ଼ିଥିବା ନଦୀ ପଠା ଗୁଡ଼ିଗରେ ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇଁ ଲୁଣା ଜଙ୍ଗଲ ସୃଷ୍ଠି କରୁଥିବା ଦେଖିବାକୁ ମିଳିଛି । ଆଜିର ଏହି ସବୁ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲାର ର ବିଭାଗୀୟ ଏ ସି ଏଫ,ଉତ୍ତମ କୁମାର ଗଡ ନାୟକ,ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର,ବାନପାଳ, କାଳୀ ଚରଣ ମହାନ୍ତି, ସବିର ସାହୁ ,ବନରକ୍ଷୀ,ଦିଲୀପ ନାଏକ,ସୋନାଲି ସାହୁ,କଛପ ସ୍କ୍ୱାଡ ସୁକ ମହାନ୍ତି ଆଦି ଏହି ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)