May 14, 2026

ଗୁରୁପୂର୍ଣ୍ଣିମା ଅବସରରେ ଜଗନ୍ନାଥ ମନ୍ଦିର ଠାରେ ଭାଗବତ ପାଠ ସହ ଯଂଜ୍ଞ  କାଶୀନଗର 

IMG-20240721-WA0004
Share

କାଶୀନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଗୁରୁ ପୂର୍ଣ୍ଣିମା ପାଳନ ଅବସରରେ ମନ୍ଦିର ମଧ୍ୟରେ ଯଂଜ୍ଞ ଓ ଗୀତା ଭାଗବତ ପାଠ ଆୟୋଜନ ମନ୍ଦିର ମହନ୍ତ ମହାରାଜ ପଦ୍ମ ଚରଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ଆୟୋଜନ କରାଯାଇ ଥିଲା. ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ପ୍ରତ୍ୟେକ ପୂର୍ଣ୍ଣିମା ତିଥି ରେ ଏଠାରେ ପୂଜା ଓ ଯଂଜ୍ଞ ର ଆୟୋଜିତ ହୋଇ ଥାଏ କିନ୍ତୁ ଆଜି ଗୁରୁ ପୂର୍ଣ୍ଣିମା ହୋଇଥିବା ରୁ ବହୁ ଭକ୍ତ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରି ଯଂଜ୍ଞ ନିକଟକୁ ଆସି ପୂଜା କରି ମୋହନ ପଣ୍ଡା ତୁଳସୀ ଅର୍ପଣ କରିଥିବା ବେଳେ ମିନତୀ ପଣ୍ଡା ଓ ଗଗନ ନାୟକ ଭାଗବତ ପାଠ କରି ଭକବୃନ୍ଦ ଙ୍କୁ ଶୁଣେଇ ଥିଲେ. ଆଜି ହରି ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଯଂଜ୍ଞ ରେ ବସି ଥିଲେ. ପୁରୋହିତ ଲୋକନାଥ ଷଡ଼ଙ୍ଗୀ ପୂଜା ପାଠ କରି ଯଂଜ୍ଞ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. କାଶୀନଗର ବ୍ରାହ୍ମଣ ସମାଜ ସମ୍ପାଦକ ଆନନ୍ଦ ପାତ୍ର, ଉପସଭାପତି ତ୍ରିନାଥ ନାୟକ, ରମାକାନ୍ତ ପାତ୍ର, ଅଭିଜିତ ପାତ୍ର, ରମେଶ ପାତ୍ର, ସିଧୁ ମହାପାତ୍ର ଓ ପଞ୍ଚାନନ ପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ. ଆଜିର ଏହି ଗୁରୁ ବା ବ୍ୟାସ ପୂର୍ଣ୍ଣିମା ତିଥି ରେ କାଶୀନଗର ସ୍ଥିତ ଶ୍ରୀ ସାଇ ମନ୍ଦିରରେ ମଧ୍ୟ ସାଇ ଭକ୍ତ ମାନେ ଏକତ୍ରିତ ହୋଇ ସାଇ ଭଜନ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର