October 5, 2024

ଉମରକୋଟ ରୁ ସିଲାଇ ଶିଖିବାକୁ ଯାଇ ତାମିଲନାଡୁ ରେ ଯୁବତୀ ନିଖୋଜ……..

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଜଣେ ଯୁବତୀ ଦାଦନ ଖଟିବାକୁ ଯାଇ ନିଖୋଜ ହେଇ ଯିବା ସାଧାରଣ ରେ ଚକିତ କରିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ଭରାଣ୍ଡି ଗ୍ରାମ ପଞ୍ଚାୟତର କଇଲାରି ଗ୍ରାମ ର ବଲ ମଣି ପୁଜାରୀ ୩ ବର୍ଷ ତଳେ ତାର ସ।ଙ୍ଗ ମାନଂକ ସହ ସିଲାଇ ଶିଖିବାକୁ ତାମିଲନାଡୁ ର ତ୍ରିପୁର ଯାଇ ଥିଲା। ସେଠାରେ ଯାଇ ବର୍ଷକ ପରେ ବାପା ଙ୍କ ପାଖ କୁ ୧୦ ହଜାର ଟଙ୍କା ପଠାଇ ଥିଲା। ବର୍ଷକ ତଳେ ଝିଅ ବାପା ଙ୍କୁ ଫୋନ କରି ଥିଲା। ତେବେ ଠୁ କୌଣସି ଯୋଗା ଯୋଗ ନଥିଲା। ବାପା ଦୀନବନ୍ଧୁ ପୂଜାରୀ ଝିଅ ସହ ଯୋଗାଯୋଗ ପାଇଁ ଚେଷ୍ଟା କଲେ ମଧ୍ୟ ସଫଳ ହେଇ ପ।ରିନଥିଲେ। ତେବେ ଜୁନ ୨ ତାରିଖ ଦିନ ବାପା ଙ୍କୁ କଲ କରି ମୁ ଘର କୁ ଆସୁଚି ବୋଲି କହି ଥିଲା। ତାର କିଛି ଦିନ ପରେ ସେ ସିଲାଇ କେନ୍ଦ୍ର ରୁ ଫୋନ ଆସିଲା ଯେ ତୁମ ଝିଅ ବାପା ମରି ଯାଇଛନ୍ତି ବୋଲି ଦରଖାସ୍ତ ଦେଇ ଜଣେ ଲୋକ ଙ୍କ ସହ ଏଠାରୁ ବାହାରିଲା। ତେବେ ମାସେ ହେଲା ଝିଅ ଘରେ ନ ପହଞ୍ଚିବାରୁ ବାପା ଓ ପରିବାର ଲୋକେ ଝିଅ କୁ କିଏ ଆଣିଛି ବୋଲି ଅନୁସନ୍ଧାନ କରିବାରୁ ଡ।ବୁଗାଁ ଥାନା ଅନ୍ତର୍ଗତ ଜ।ମଗୁଡ। ଗ୍ରାମ ର ଜଣେ ଦଲାଲ ଆଣିଥିବା ଜାଣି ପାରିଥିଲେ। ତେବେ ସେହି ଦଲାଲ ସହ ବଡ କଷ୍ଟ ରେ ପରିବାର ଲୋକେ ଯୋଗାଯୋଗ କରି ଥିଲେ। ପ୍ରଥମେ ଦଲାଲ ଜଣଙ୍କ କହିଲା ମୁଁ ତ ବଡ ଭରଣ୍ଡି ରେ ବସ ରେ ଆସି ଓହ୍ଲାଇ ଦେଲି ତ କେତେବେଳେ କହିଲା ଆଜି ଆସିବ, କାଲି ଆସିବ ବୋଲି କହି କହି ବର୍ତ୍ତମାନ ଦଲାଲ ନିଜ ସିମ ବଦଳାଇ ଦେଇଛନ୍ତି। ଏବେ ପରିବାର ଲୋକେ ଝିଅ ସହ ଯୋଗାଯୋଗ କରି ଲେ ମଧ୍ୟ ସମ୍ଭବ ହେଇ ପ।ରୁ ନାହି। ବର୍ତ୍ତମାନ ଚିନ୍ତା ରେ ପରିବାର ଲୋକେ। ବାପାକୁ ଝିଅ ମୁ ରୋଜଗାର ପାଇଁ ଯାଇ ଟଂକା ପଠାଇବି ଓ ଘର ର ଆର୍ଥିକ ଅବସ୍ଥା ସୁଧାରିବ କହି ଘରୁ ବାହାରିଥିଲା। ତେବେ ସଂପୂର୍ଣ୍ଣ ନିରକ୍ଷର , ନିରୀହ ଓ ଗରିବ ବାପା କଣ କରିବ କିଛି ଜାଣି ପାରୁନି। ତେବେ ବଲମଣି ତାମିଲନାଡୁ ରେ ନା ଉମରକୋଟ ରେ ନିଖୋଜ ହେଲେ ତାହା ଜିଲ୍ଲା ପ୍ରଶାସନ ଓ ପୋଲିସ ଖୋଜିବା ପାଈଁ ବିକଳ ଭାବେ ବାପା ଦୀନବନ୍ଧୁ ଅନୁରୋଧ କରିଛନ୍ତି।