October 5, 2024

ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମହାଘୋଟାଲା ର କାର୍ପଟଦାର ସାଜିଛନ୍ତି ସି.ଆର.ସି.ସି…….

Share

 

ତିର୍ତ୍ତୋଲ –ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଳୟରେ ସରକାର ଙ୍କ ଅନୁଦାନରେ ଚାଲୁଥିବା କାଯ୍ୟକ୍ରମ ରେ ମହା ଘୋଟାଲା । ସରକାର ଙ୍କ ନୀତି ନିୟମ କୁ ଜଳାଞ୍ଜଳୀ ଦେଇ ଯେନତେନ ପ୍ରକାର ସରକାର ଙ୍କ

କାଯ୍ୟକ୍ରମ କୁ ପରିଚାଳନା କରି ଅର୍ଥ ଆତ୍ମସାତ କରିବା ମୂଳଲକ୍ଷ୍ୟ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିରେ କାର୍ପଟଦାର ସାଜିଛନ୍ତି କିଛି ସି.ଆର.ସି.ସି । ଅନୁସନ୍ଧାନରୁ ଜଣାପଡ଼ିଛି CWSN କାର୍ଯ୍ୟକ୍ରମ ମଣ୍ଡଳ ଅନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ର ବା “children with special needs “(Block level sport for CWSN) ୨୦୨୩-୨୦୨୪ ର କାର୍ଯ୍ୟକ୍ରମ ତା.୧୬.୦୭.୨୦୨୪ ରିଖ ଦିନ ହୋଇଥିଲା । ଯାହା ନିୟମ ଧାରା ୩ ଡ଼ିସେମ୍ବର ” ଆନ୍ତରଜାତୀୟ ଭିନକ୍ଷମ ଦିବସ ” ପୂର୍ବରୁ ଏହି କାର୍ଯ୍ୟକ୍ରମ ସମାପନ ହେବାକଥା | କେଉଁ ଉଦ୍ଦେଶ୍ୟରେ ନିର୍ଧାରିତ ସମୟ ରେ ଆୟୋଜିତ ହେଲାନାହିଁ, ଯାହାକୁ ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଉକ୍ତ କାର୍ଯ୍ୟକ୍ରମ ପାଇଁ ଥିବା ଅନୁଦାନ କାର୍ଯ୍ୟକ୍ରମ ଆୟୋଜନ ନହୋଇ ଅଗ୍ରିମ ଆକାରରେ ସି.ଆର.ସି.ସି. ଯାହାର ଆଡ଼ଭାଇସ ନଂ – C032472685551. ତା ୨୭.୦୩.୨୦୨୪ ରିଖ ରେ ୩୫୦୦୦ ଟଙ୍କା ରଂଜନୀକାନ୍ତ ବେହେରା ଙ୍କ ବ୍ୟତିଗତ ସଞ୍ଚୟ ଖାତା କୁ ଯାଇଛି । ଏହା ସରକାର ଙ୍କ ନିୟମ ବିରୁଦ୍ଧ ହୋଇଥିଲେ ସୁଦ୍ଧା ଏହି ଅର୍ଥ କାହିଁକି ଏବଂ କାହା ନିର୍ଦ୍ଧେଶରେ ସି.ଆର.ସି.ସି ଙ୍କ ଆକାଉଣ୍ଟ କୁ ଗଲା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଉକ୍ତ କାଯ୍ୟକ୍ରମ କୁ ମଣ୍ଡଳ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପରିଚଳନା କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ ଅନୁପସ୍ଥିତିରେ ଆୟୋଜନ କରାଗଲା କିପରି | ଦୁଇ ଜଣ ସି.ଆର.ସି.ସି ଏହି କାର୍ଯ୍ୟକ୍ରମ କୁ ପରିଚଳନା କରିବା କେତେଦୂର ଆଇନ ସନମତ ତାହା ତଦନ୍ତ ସାପେକ୍ଷ୍ୟ | ତିର୍ତୋଲ ବ୍ଲକ ର ୨୯ ପଞ୍ଚାୟତ ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାତ୍ର ୨୨ ଜଣ ଙ୍କ ଉପସ୍ଥିତି ଚିନ୍ତାର କାରଣ ହୋଇଥିଲା ବେଳେ ଏଥିପାଇଁ ବ୍ଲକ ରିସର୍ଚ୍ଚ ଟ୍ରେନର ସ୍ୱର୍ଣ୍ଣପ୍ରଭା ନାୟକ,ପ୍ରମୋଦ ମଲ୍ଲିକ ଅଛନ୍ତି । ଏହି କାଯ୍ୟକ୍ରମରେ ଚିତ୍ରାଙ୍କନ,ଗୀତ, ମ୍ୟୁଜିକ୍ ଚେୟାର,ସାଧାରଣଜ୍ଞାନ ପାଇଁ ପ୍ରତିଯୋଗିତା ହୋଇଥିଲା । ଏହାର ଆୟୋଜକ ସାଜିଲେ ବିଚାରକ ଦୁଇ ଜଣ ସି.ଆର.ସି.ସି ବେଆଇନ ଭାବେ ବିଚାରକ ହେଲେ ତାହା ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି ।ଶ୍ରେଣୀ ଗୃହରେ ମ୍ୟୁଜିକ୍ ଚେୟାର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇ ପ୍ରତିଦ୍ବଦ୍ଦିତା ହୋଇଥିଲା । ପ୍ରତିଯୋଗିତା କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଉପସ୍ଥିତ ଥିବା ଅବିଭାବକ । କଥାରେ ଅଛି ( ଖଜୁରୀ ଗଛ ର କି ଗୁଣ ଗାଇବି ମୂଳ ରୁ ପାହାଚ ପାହାଚ ପରି ) କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ୫ ଟଙ୍କିଆ ବିସ୍କୁଟ ଓ ମଧ୍ୟାନ୍ନ ଭୋଜନ ଅତି ନିମ୍ନମାନ ର ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ନିୟମ ଥିଲେ ମଧ୍ୟ କଣ ପାଇଁ ପୁରସ୍କାର ଦିଆଗଲା ନାହିଁ…? ନିମ୍ନମାନ ର ପୋଷାକ ବିତରଣ,ଛାତ୍ରଛାତ୍ରୀ ଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ମୁଣ୍ଡ ପିଛା ୫୦ ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଅର୍ଥକୁ ସି.ଆର.ସି.ସି ରଂଜନୀକାନ୍ତ ବେହେରା ବାଣ୍ଟିଥିଲେ । ଏହି ଅର୍ଥକୁ ବାଣ୍ଟିବା ପାଇଁ କିଏ ନିର୍ଦେଶ ଦେଇଥିଲା ଏ ବିଷୟ ରେ ତିର୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା, ମୁଁ ଅନୁପସ୍ଥିତ ଅଛି ଅଫିସ ଗଲେ କଣ ହୋଇଛି ବୁଝିକି ଜଣେଇବି | ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କିଭଳି କରାଗଲା ଏହାକୁ ଉଚ୍ଚସ୍ତରୀୟ ତଦନ୍ତ ପରିସର ଭୁକ୍ତ କରାଗଲେ ସତ୍ୟାସତ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

 

:-ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର……