October 5, 2024

ବାଘୁଆ ଜଳସେଚନ ପ୍ରକଳ୍ପର ସାଧାରଣ ଅଧିବେଶନ 

Share

ବୁଗୁଡା : ତା ୧୬/୦୭/୨୪ : ବାଘୁଆ ଜଳସେଚନ ପ୍ରକଳ୍ପର ଏକ ସାଧାରଣ ଅଧିବେଶନ ସ୍ଥାନୀୟ ବାଘୁଆ ଜଳସେଚନ କଲୋନୀସ୍ଥ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ଖରିଫ ଜଳସେଚନ ପରିଚାଳନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୪୪୭.୯୪ ହେକ୍ଟୋ ମିଟର ଜଳ ଗଛିତ ଥିବା ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।ତେଣୁ ଏ ଅବସରରେ ଚାଷୀମାନଙ୍କୁ ଜଳସେଚନ ପରିଚାଳନା କରିବାରେ ସହଯୋଗ କାମନା କରାଯାଇଥିଲା । ଜଳଭଣ୍ଡାରରେ ଗଛିତ ଜଳର ଅବସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଖରିଫ ଋତୁ ପାଇଁ ଆସନ୍ତା ଜୁଲାଇ ୨୯ ତାରିଖଠାରୁ ଜଳଭଣ୍ଡାରର ବାମ ଓ ଡାହାଣ କେନାଲ ଦେଇ ଜଳସେଚନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ପୋଲସରା ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢୀ ଓ ବୁଗୁଡ଼ା ସହକାରୀକୃଷି ଅଧିକାରୀ ହରପ୍ରିୟା ବେହେରା ଯୋଗଦେଇ ଧାନ ତଳିର ଯତ୍ନ ଓ ଫସଲକୁ ରୋଗ ପୋକ ଦାଉରୁ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ଅଧିବେଶନର ପ୍ରାରମ୍ଭରେ ସହକାରୀ ଯନ୍ତ୍ରୀ କେଶବ ଖଟାଇ ସ୍ବାଗତ ଭାଷଣ ଓ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅନ୍ଯତମ ସହକାରୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଧିବେଶନରେ ବିଭିନ୍ନ ପାଣିପଞାୟତର ଚାଷୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।