October 5, 2024

ଲାଞ୍ଜିଗଡ଼ରେ ବାହୁଡ଼ା ଯାତ୍ରା ..

Share

ଅଦ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ, ପ୍ରଭୁ ବଲଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି l ଗୁଣ୍ଡିଚା ଯାତ୍ରାଠାରୁ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା ‘ ମନ୍ଦିରରେ ଅବସ୍ଥାନ କରୁଥିଲେ l ଆଜି ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି l ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତି କାନ୍ତି ସରିଲା ପରେ ଜଗନ୍ନା୍ଥାଦି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥରେ ପହଣ୍ଡି ବିଜେ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁଁ ରଥ ଟାଣିବା ମଧ୍ୟ ବିଳମ୍ବ ହୋଇଥିଲା l ତଥାପି ଭକ୍ତ ଓ ଶ୍ରଦ୍ଧାଳୁ ଜନେ ଧୈର୍ଯ୍ୟର ସହିତ ରଥକୁ ଟାଣି ନେଇଥିଲେ l ଘଣ୍ଟ ଘଣ୍ଟା ଓ ମୃଦଙ୍ଗର ତାଳେ ତାଳେ ଲୋକେ ଅତ୍ୟନ୍ତ ଉଲ୍ଲାସର ସହିତ ନାଚି ନାଚି ଜୟ ଜଗନ୍ନାଥ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଚାଲିଥିଲେ ଳ ପ୍ରାୟ ସନ୍ଧ୍ୟା ଛ ‘ ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l ମନ୍ଦିରରେ ପହଞ୍ଚିବାକୁ ଅଳ୍ପ ଦୂର ଥିବା ସମୟରେ ରଥ ଟିକିଏ ଘୁଞ୍ଚି ଯାଇ ଗୋଟାଏ ଵିଦ୍ୟୁତ ଖମ୍ବରେ ଲାଗିଯାଇଥିଲା l କିନ୍ତୁ ପରେ ରଥକୁ ଠିକ ଭାବେ ଟାଣି ନେଇ ମନ୍ଦିର ସମ୍ମୁଖରେ ପହଞ୍ଚାଇ ଦିଆଗଲା l ମୋଟା ମୋଟି ଭାବେ ଯାତ୍ରାଟି ସୁରୁଖୁରୁରେ ସମ୍ପନ୍ନ ହୋଇଛି l ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ସହଯୋଗରେ ଯାତ୍ରାଟି ନିର୍ବିଘ୍ନରେ ସମାପ୍ତ ହୋଇଛି l ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ଲିମିଟେଡ଼ ପକ୍ଷରୁ ଲୋକ ଙ୍କୁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରା ଯାଇଥିଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ, ଉପାନ୍ତ ଖବର, ଓଡିଶା